ଓଡ଼ିଶା ଘରେ ଆନ୍ଧ୍ରର ବିଜୁଳି!

ଓଡ଼ିଶା ଘରେ ଆନ୍ଧ୍ରର ବିଜୁଳି । ପୁଣି କୋଟିଆରେ ପଶିଲା ଆନ୍ଧ୍ର । କେତେବେଳେ ପଟାଙ୍ଗୀର ସୁନାବେଢ଼ା ତ କେତେବେଳେ ନାରାୟଣ ପାଟଣା ଗ୍ରାମର ସୀମାନ୍ତକୁ ନେଇ ଚଳାଇଛି ଚକ୍ରାନ୍ତ । ଏବେ କୋଟିଆରେ ଏଭଳି ଚକ୍ରାନ୍ତ ସାମ୍ନାକୁ ଆସିଛି । ଆନ୍ଧ୍ର ଅନୁପ୍ରବେଶ କରି କୋଟିଆ ବାସୀଙ୍କୁ ପ୍ରଲୋଭନ ଦେଖାଇ ବିଦ୍ୟୁତ ଲାଇନ ଯୋଗାଉଛି । ଆନ୍ଧ୍ରର ବିଦ୍ୟୁତ ବିଭାଗ କର୍ମଚାରୀମାନେ ଆସି କାମ ଆରମ୍ଭ କରିଛନ୍ତି । ସେହିଭଳି କୋଟିଆବାସୀଙ୍କ ଜୀବିକା ପାଇଁ ପୋଖରୀ ଖୋଳିବା ଆରମ୍ଭ କରିଛି ଆନ୍ଧ୍ର । କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଥିବା ବେଳେ କରୋନା କାଳରେ ମନ୍ଥର ହୋଇଯାଇଥିଲା । ଆଉ ଏହାର ଫାଇଦା ଉଠାଇ ଆନ୍ଧ୍ର ଏଭଳି କାମ ହାତକୁ ନେଇଛି । ହେଲେ ଏଯାଏଁ ଚୁପ ବସିଛି ପ୍ରଶାସନ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here