ସରିଲା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ : ଅନୁମୋଦନ ହେଲା ୧୫୪ କୋଟି ଟଙ୍କାର ବଜେଟ।

ପୁରୀ : ଆସନ୍ତାକାଲି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ରେ  ଆର୍ଥିକ ବର୍ଷ ପାଇଁ ୧୫୪ କୋଟି ଟଙ୍କାର ବଜେଟ ଅନୁମୋଦନ ମିଳିଛି। ୧୫୪ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର ସୂଚନା ଦେଇଛନ୍ତି। ବୈଠକରେ କାର୍ତ୍ତିକ ନୀତିକାନ୍ତି, ରୂପା ଚାଦର ଲଗାଯିବ, ନାଗାର୍ଜୁନ ବେଶ ଓ ମନ୍ଦିର ଖୋଲିବା ପ୍ରସଙ୍ଗ ରେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ଖୋଲିବା ନେଇ ଆଉ ୪ ସପ୍ତାହର ପ୍ରସ୍ତୁତି ଦରକାର ବୋଲି ଶ୍ରୀମନ୍ଦିରର ପ୍ରଶାସକ ସୂଚନା ଦେଇଛନ୍ତି। ପତିତପାବନଙ୍କ ନାଗାର୍ଜୁନ ବେଶ ପାଇଁ ଆସନ୍ତା ଶନିବାର ଦିନ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

କୋଭିଡ କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବାରୁ ଦାନ ମଧ୍ୟ ବନ୍ଦ ରହିଛି। ଯେଉଁଥିପାଇଁ ମନ୍ଦିରର ଆୟ କମି ଯାଇଛି। ସେ ନେଇ ଅନଲାଇନ ଡୋନେସନ ପ୍ରଚଳନ କରିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ବୈଠକରେ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଅଖିଳେଶ ସିଂ ଓ ସମସ୍ତ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ବଜେଟରେ ସେବାୟତ ଓ ଭକ୍ତଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଶ୍ରୀମନ୍ଦିରର ଆୟ ୫୦ ପ୍ରତିଶତ କମିଛି। ମାର୍ଚ୍ଚ ଠାରୁ ମନ୍ଦିର ବନ୍ଦ ରହିଥିବାରୁ ଦାନ ଅର୍ଥ ନାହିଁ କହିଲେ ଚଳେ। ଶ୍ରୀମନ୍ଦିରର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ କେୟାର ଖୋଲାଗଲା ଓ ଏହାର ସମସ୍ତ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରିଥିଲା। ଆୟ ତୁଳନାରେ ବ୍ୟୟ ଅଧିକ ରହିଛି। ତେଣୁ ଏହାର ଭରଣା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here