ଜିଲ୍ଲସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ: ପୁରୀ

ପୁରୀ- ତା. ୧୬.୧୧.୨୦୨୦- ପୁ୍ରୀ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ  ଆଜି ଜଗନ୍ନାଥ ବଲ୍ଲଭ ପ୍ରାଙ୍ଗଣ ପରିସରରେ ପାଳିତ ହୋଇଛି । ଭାରତୀୟ ପ୍ରେସ ପରିଷଦ ଦ୍ବାରା ପ୍ରଦତ୍ତ ପ୍ରସଙ୍ଗ “କରୋନା ମହାମାରୀର ଗଣମାଧ୍ୟମ ଉପରେ ପ୍ରଭାବ ଏବଂ ଗଣମାଧ୍ୟମର ଭୂମିକା” ଶୀର୍ଷକ ଉପରେ ଆଲୋଚନା ହୋଇଛି । ଏଥିରେ  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ । କରୋନା ସମୟରେ ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ସମନ୍ବୟ ଯୋଗୁଁ କରୋନା ମହାମାରୀ ମୁକାବିଲା କରିବାରେ ସହାୟକ ହେଉଛି । କରୋନା ସଂପର୍କିତ ଖବର ମୁଦ୍ରଣ ଓ ପ୍ରସାରଣ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଯଥୋଚିତ ନୀୟମ ପାଳନ ପୂର୍ବକ ନିର୍ଭିକତାର ସହ କାର୍ଯ୍ୟ କରିଛନ୍ତି । ମହାମାରୀ ମୁକାବିଲା ବେଳେ ସହଯୋଗ କରିଥିବାରୁ ଉପ ଜିଲ୍ଲପାଳ ଶ୍ରୀ ଭବତାରଣ ସାହୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣେଇଥିଲେ । ଏହି ଅବସରରେ ସାମ୍ବାଦିକ ଶ୍ରୀ ଜଗନ୍ନାଥ ବସ୍ତିଆ, ଶ୍ରୀ ଆଲୋକ ଆଶୁତୋଷ ନାୟକ, ଶ୍ରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଶ୍ରୀ ନିରଞ୍ଜନ ମିଶ୍ର, ଶ୍ରୀ ନୃସିଂହ ଚରଣ ମହାନ୍ତି, ଶ୍ରୀ ସରୋଜ ମିଶ୍ର ପ୍ରମୁଖ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୁରବୀର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here