ଗଞ୍ଜାମ ଜିଲ୍ଲାପାଳ କହିଲେ ଜିଲ୍ଲା ରେ ରହିବେ ନାହିଁ ଶିଶୁ ଶ୍ରମିକ। l

ବ୍ରହ୍ମପୁର : ଦେଶରେ ଶିଶୁ ବିକାଶ କୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଶିଶୁ ଶ୍ରମିକ ବଢି ବଢି ଚାଲିଛନ୍ତି। ଶିଶୁ ର ଶିକ୍ଷା ଓ ସ୍ବାସ୍ଥ୍ୟ କୁ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ପୂର୍ବରୁ ଶୁଣାଯାଉଛି। ଏବେ କିନ୍ତୁ ଗଞ୍ଜାମ ଜିଲ୍ଲାରେ ଶିଶୁ ଶ୍ରମିକ ମାନଙ୍କ ପାଇଁ ନୂତନ ବ୍ୟବସ୍ଥା ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିସନର ଡଃ ସିଦ୍ଦେଶ୍ୱର ବଳିରାମ ବନ୍ଦାର, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। 

ଜିଲ୍ଲାରେ କେହି ଜଣେ ଶିଶୁ ଶ୍ରମିକ ରହିବେ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭିଡିଓ କନଫରେନ୍ସସିଂ ଜରିଆରେ କହିଛନ୍ତି। କାମ ହେଉଥିବା ସ୍ଥାନରେ ଶ୍ରମିକ ମାନଙ୍କ ଆଧାର କାର୍ଡ଼ ଯାଞ୍ଚ କରି ୧୪ ବର୍ଷରୁ କମ ପିଲା ଯେମିତି କାମ କରିବେ ନାହିଁ ତାହା ତଦାରଖ କରିବାକୁ ବିଡିଓଙ୍କୁ କହିଛନ୍ତି। କାମ ବେଳେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଶ୍ରମ ବିଭାଗର ଅଧିକାରୀ ମାନେ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here