ମାନବ ସମ୍ବଳ ର ବିକାଶରେ ହିଁ ରାଷ୍ଟ୍ରର ବିକାଶ ସମ୍ଭବ: “ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତି ର ଭୂମିକା” ଉପରେ ଆଲୋଚନାଚକ୍ର ଅନୁଷ୍ଠିତ

କଟକ : ୧୩/୧୧ – ସୋସାଇଟି ଚେଞ୍ଜରସ ପକ୍ଷରୁ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତି ର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଭର୍ଚୁଆଲ ପ୍ଲାଟଫର୍ମ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଶିଷ୍ଟ କଥାକାର ତ୍ରିଲୋଚନ କାନୁନଗୋ ଯୋଗ ଦେଇ ଯୁବଶକ୍ତି ଓ ରାଷ୍ଟ୍ର ସମ୍ପର୍କରେ ନିଜ ବକ୍ତବ୍ୟ ଦେବାକୁ ଯାଇ ରାମାୟଣ,ମହାଭାରତ ଓ ହରିକଥା ର ବିଭିନ୍ନ ଚରିତ୍ର ଯଥା ଶ୍ରୀରାମ, ଶ୍ରୀକୃଷ୍ଣ ଓ ପ୍ରହଲ୍ଲାଦ ର ଉଦାହରଣ ଦେଇ କହିଥିଲେ ଆମ ପୁରାଣ ଯୁବଶକ୍ତି ର ଅନନ୍ୟ ଉଦାହରଣ ଆମ ସମ୍ମୁଖରେ ରଖିଛି। ଯୁବକ ସମୟରେ ଶ୍ରୀରାମ ଅସୁର ସଂହାର କରି ରାମରାଜ୍ୟ ପ୍ରତିଷ୍ଠା କରିଥିବା ବେଳେ ଶ୍ରୀକୃଷ୍ଣ ଅନୁରୂପ ଭାବେ ଦୁଷ୍ଟ ନିପାତ କରି ସତ୍ୟ ପ୍ରତିଷ୍ଠା କରିବା ସହ ଏକ ଆଦର୍ଶ ରାଷ୍ଟ୍ର ଗଠନ କରିଥିଲେ। ସେପରି ସେ ରାଷ୍ଟ୍ରର ଗଚ୍ଛିତ ସମ୍ପତି ଅପେକ୍ଷା ଅକ୍ଷୟ ସମ୍ପଦ ବା ଅସରନ୍ତି ସମ୍ପଦ ଯଥା ସୌର ଶକ୍ତି,ଜଳ ଶକ୍ତି ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେବା ସହ ମାନବ ସମ୍ବଳର ଉପଯୋଗ ପ୍ରତି ଧ୍ୟାନ ଦିଆଗଲେ ଆମେ ଏକ ଉନ୍ନତ ଓ ବିକାଶଶୀଳ ରାଷ୍ଟ୍ର ଗଠନ କରିପାରିବା ବୋଲି ମତ ରଖିଥିଲେ। ଆମ ଇତିହାସ ଆମ ବିଚାରର ଆଲୋଚନା କରିବା କୁ ଯାଇ ଧର୍ମପଦ ର ଉଦାହରଣ ରଖି କହିଥିଲେ ବରଂ ବାରଶ ବଢେଇ ଧର୍ମପଦ ପରି ଜଣେ ଉଦୀୟ ମାନ ଯୁବକକୁ ବଞ୍ଚାଇବା ନିମନ୍ତେ ନିଜ ବଳିଦାନ ଦେବା ଶ୍ରେୟସ୍କର ହୋଇ ଥାଆନ୍ତା। ସେପରି ରାଜନୀତି କ୍ଷେତ୍ରରେ ହେଉ ବା ସାମାଜିକ କ୍ଷେତ୍ରରେ ହେଉ ଏକ ନିର୍ଦ୍ଧିଷ୍ଟ ବୟସ ପରେ ବରିଷ୍ଠ ମାନେ ଅବସର ନେଇ ଯୁବକ ମାନଙ୍କ ପ୍ରେରଣାର ଉତ୍ସ ହେବା ଉଚିତ୍ ଏହା ଦ୍ବାରା ଯୁବକ ମାନେ ସ୍ଵୟଂସିଦ୍ଧ ହେବା ସହ ଏକ ଆଦର୍ଶ ସୃଷ୍ଟି କରି ପାରନ୍ତେ ଓ ଆଗକୁ ବଢ଼ି ପରନ୍ତେ।

ଆଜିର ଏହି ୱେବିନାରକୁ ସୋସାଇଟି ଚେଞ୍ଜରସ ର ସଭାପତି ସାରଦା ପ୍ରସାଦ ଦାସ ସଭାପତିତ୍ବ କରିଥିବା ବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଇଂ ସାଗରିକା ସ୍ୱାଇଁ ଓ ଶ୍ରୀକୃଷ୍ଣ ମହାନ୍ତି ମିଳିତ ସଂଯୋଜନା କରିଥିଲେ। ଏହି ଆଲୋଚନା ଚକ୍ରରେ ଶେଖର ଭଟ୍ଟାଚାର୍ଯ୍ୟ,ସରୋଜିନୀ ପାଲ,ସାର୍ଥକ ରାୟ,ଦେବାଶିଷ ପାତ୍ର, ସୌମ୍ୟ ରଂଜନ,ଅମ୍ଳାନ ବଡୁ,କିଶୋର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଶେଷରେ ଶିବ ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here