ସୁନ୍ଦରଗଡ ଜିଲ୍ଲାରେ ଉତ୍କଳ ହିନ୍ଦୁ ସେବକ ସଂଘର ରାଜ୍ୟ ସଂପାଦକ ସଂଜୀବ କୁମାର ପାଢୀ ଓ ମାତୃ ଶକ୍ତି କମିଟିର ଅଧ୍ୟକ୍ଷା ସୌଭାଗିନୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ସମୂହ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଆଜିର ଏହି କାର୍ଯ୍ୟକ୍ରମଟି କରୋନା ସଂକ୍ରମଣକୁ ପ୍ରତିହତ କରି ଯୋଦ୍ଧା ଭାବରେ ଲଢେଇ କରି ଇହଲୀଳା ସମ୍ବରଣ କରିଥିବା ଯୋଦ୍ଧାର ଅମର ଆତ୍ମାର ସତଗତି କାମନା କରିବା ସହ ବର୍ତ୍ତମାନ କରୋନା ଯୋଦ୍ଧା ଭାବେ ଲଢେଇ କରୁଥିବା ସମସ୍ତ କରୋନା ଯୋଦ୍ଧାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରି ଉତ୍କଳ ହିନ୍ଦୁ ସେବକ ସଂଘ ଆନୁକୁଲ୍ୟରେ ସୁନ୍ଦରଗଡ ଜିଲ୍ଲା ସଭାପତି ଗଗନ ବିହାରୀ ହେହେରାଙ୍କ ଉପସ୍ଥିତିରେ ସୁନ୍ଦରଗଡ ଜିଲ୍ଲାର ବଣାଇ , ରାଉରକେଲା , ରାଜଗାଙ୍ଗପୁର ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ସମୂହ ଦୀପ ଦାନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲା କମିଟିର ଉପସଭାପତି ରୂପଧର ଦେଓ , ସାଧାରଣ ସଂପାଦକ ସୁଶାନ୍ତ କୁମାର ଷଡଙ୍ଗୀ , ସଂପାଦକ ଅସୀତ କୁମାର ସାହୁ , ଆଇ ଟି ସଂଯୋଜକ ତାପସ କୁମାର ପରୀଡା ପ୍ରମୁଖଙ୍କ ସମେତ ସ୍ଥାନୀୟ ଜନସାଧାରଣ ସ୍ବତ ପ୍ରବୃତ ଭାବେ ଉପସ୍ଥିତ ରହି ଆଜିର ସମୂହ ଦୀପ ଦାନ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାଜ୍ୟ କମିଟି ତରଫରୁ ପରିଚାଳନା କରାଯାଇଥିଲା ।
ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।