କରୋନା ଯାଇନି, ଆସନ୍ତା ବର୍ଷକୁ ଆସୁଛି ଭୟଙ୍କର ଦୁର୍ଭିକ୍ଷ ! ସତର୍କ କରାଇଲେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ

ବର୍ତ୍ତମାନ ବିଶ୍ୱରୁ କରୋନା ମହାମାରୀ ଟଳିନି, ଏପରି ସ୍ଥିତିରେ ଆସନ୍ତାବର୍ଷକୁ ଆସୁଛି ଭୟଙ୍କର ଦୁର୍ଭିକ୍ଷ । ଏନେଇ ଆଗୁଆ ସତର୍କ କରାଇଛନ୍ତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ । ଚଳିତ ବର୍ଷ ଏହି ସଂଗଠନକୁ ନୋବେଲ୍ ସମ୍ମାନ ମିଳିଥିବାରୁ , ଏହି ସଂସ୍ଥାର ମୁଖ୍ୟଙ୍କ ଏପରି ଚରମବାଣୀ ସମସ୍ତଙ୍କ ଚିନ୍ତା ବଢାଇ ଦେଲାଣି । ଗତ ଏପ୍ରିଲ ମାସରେ ସେ ଜାତିସଂଘ ନିରାପତା ପରିଷଦକୁ ଏନେଇ ସତର୍କ କରାଇଥିଲେ । ବିଶ୍ୱ ମହାମାରୀ କରୋନାକୁ ମୁକାବିଲା କରିବା ଭିତରେ ଏବେ ବିଶ୍ୱ କ୍ଷୁଧା ମହାମାରୀ ଦ୍ୱାରରେ ପହଁଚି ଯାଇଥିବା ସେ କହିଛନ୍ତି । ଏହାର ମୁକାବିଲା ପାଇଁ ଯଦି ଆଗୁଆ ପଦ କ୍ଷେପ ନିଆନଯାଏ , ତାହା ହେଲେ  ୨୦୨୧ରେ ଗୁରୁତର ଖାଦ୍ୟ ଅଭାବ ସ୍ଥିତି ନେଇ ପୂର୍ବାନୁମାନ କରିଛନ୍ତି ବିଶ୍ୱ ଖାଦ୍ୟ ସଂଗଠନର ମୁଖ୍ୟ । ୨୦୨୦ ମସିହାରେ ଏହି ସମସ୍ୟାକୁ ଏଡାଇ ଦିଆଯାଇପାରିଛି । କିନ୍ତୁ ୨୦୨୧ରେ ଏହି ସମସ୍ୟା ସମାଧାନ ପାଇଁ ଆଗୁଆ ପଦ କ୍ଷେପ ନିଆଯିବା ନେଇ ଆଗୁଆ ପଦ କ୍ଷେପ ନିଆଯିବାକୁ ପଡିବ ବୋଲି ସେ ସଚେତନ କରିଛନ୍ତି ।

Courtesy:kanaknews

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here