ଦୀପାବଳି ଉପହାର: ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ୧୫ପ୍ରତିଶତ ଅଧିକ ବେତନ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ଏଥର ଦୀପାବଳି ହେବ ବିଶେଷ । କାରଣ ଦିପାବଳୀରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ରହିଛି ବମ୍ଫର ଉପହାର । ଏହି ଦିପାବଳିରେ ପାଞ୍ଚ ବର୍ଷ ପାଇଁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀ ୧୫ ପ୍ରତିଶତ ବେତନ ବୃଦ୍ଧି ଉପହାର ମିଳିଛି । ଭାରତୀୟ ବ୍ୟାଙ୍କ ସଂଘର କର୍ମଚାରୀ ଅଫିସର୍ସ ୟୁନିଅନ୍ ସହିତ ଆଲୋଚନା ପରେ ଏହି ଚୁକ୍ତି ହୋଇଛି । ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କଗୁଡିକ ଉପରେ ୭,୮୯୮ କୋଟି ଟଙ୍କା ଭାର ପଡ଼ିବ । ଆଇବିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ମେହେଟ୍ଟା ବୁଧବାର କହିଛନ୍ତି ଯେ, ଭାରତୀୟ ବ୍ୟାଙ୍କ ଆସୋସିଏସନ ୟୁନିଅନ ଏବଂ ଅଫିସର ୟୁନିଅନ ସହ ବେତନ ବୃଦ୍ଧିକୁ ନେଇ ହୋଇଥିବା ନିଷ୍ପତ୍ତି ଉପରେ ସହମତି ଘୋଷଣା କରାଯାଇଛି । ନଭେମ୍ବର ୧, ୨୦୧୭ ଠାରୁ ଏହା କାର୍ଯ୍ୟକାରୀ ହେବ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଏବଂ ବ୍ୟାଙ୍କ କର୍ମଚାରୀ ସେନା ମହାସଂଘ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here