ନାସା ହ୍ୟୁମାନ୍ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ ଓଡ଼ିଆ ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: NASA Human Exploration Rover Challenge 2021ରେ ଭାଗ ନେବେ ଭୁବନେଶ୍ୱରର ଛାତ୍ରଛାତ୍ରୀ । ପ୍ରଥମ ଥର ପାଇଁ ସ୍କୁଲ ଛାତ୍ରଛାତ୍ରୀ ନାସାର ରୋଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ଯାଉଛନ୍ତି । ଏଥିପାଇଁ ରାଜ୍ୟର ବଛାବଛା ୧୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି ।

Navonmesh ପ୍ରସାର ଫାଉଣ୍ଡେସନ ପକ୍ଷରୁ ଏହି ସ୍କୁଲ୍‌ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଓଡ଼ିଶାର ଏହି ଟିମ୍ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ । ଏହି ଟିମ୍‌ରେ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ସହ ଆଇଟିଆଇ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି। କେବଳ ଭୁବନେଶ୍ୱର ନୁହେଁ ଉପାନ୍ତ ମାଲକାନଗିରିର ଛାତ୍ରଛାତ୍ରୀ ବି ଏଥିରେ ସାମିଲ ହୋଇଛନ୍ତି। ଏହି ୧୦ ଜଣ ଛାତ୍ରଛାତ୍ରୀ ମଙ୍ଗଳ ଗ୍ରହରେ ପରିଭମ୍ରଣ କରିପାରୁଥିବା ଏକ ହ୍ୟୁମାନ୍‌ ରୋଭର ପ୍ରସ୍ତୁତ କରିବେ ଯାହାକୁ ନାସାର ମୁଖ୍ୟାଳୟକୁ ପଠାଯିବ । ୪ରୁ ୫ ମାସ ଭିତରେ ଏହି ରୋଭର ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏହି ଛାତ୍ରଛାତ୍ରୀ ।

ଆସନ୍ତା ବର୍ଷ ଏପ୍ରିଲ ମାସରେ ଏହି ପ୍ରତିଯୋଗିତା ହେବ । ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅନେକ ଟିମ୍ ଏଥିରେ ଭାଗ ନେବେ । ତେବେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଏହି ୧୦ ଜଣିଆ ଟିମ୍ । ଏଥିଲାଗି ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ଅଛନ୍ତି । ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ସଂସ୍ଥାର ମୁଖ୍ୟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here