କିଏ କମଳା ହ୍ୟାରିସ୍ ? କଣ ରହିଛି ତାଙ୍କ ର ଇତିହାସ ? ଜାଣିବା ପାଇଁ ପଢନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

ବିଶ୍ବ ର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ର ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି କମଳା ହ୍ୟାରିସ୍ ।
ତେବେ କିଏ ଇଏ କମଳା ହ୍ୟାରିସ୍ ? କଣ ରହିଛି ତାଙ୍କ ର ଇତିହାସ ?


ଡେମୋକ୍ରେଟିକ୍ ପାର୍ଟିର ସଦସ୍ୟ ଭାବରେ ବିଜୟ ଲାଭ କରିଥିବା ଏହି କମଳା ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ୧୯୬୪ ମସିହାରେ ଜନ୍ମିତ କମଳାଙ୍କ ଘର ହେଉଛି କାର୍ଲିଫର୍ଣ୍ଣିଆ ର ଓକଲାଣ୍ଡ ସହରରେ । ପୁରା ନାମ ହେଉଛି କମଳା ଦେବୀ ହ୍ୟାରିସ୍ । ବାପାଙ୍କ ନାମ ଡୋନାଲ୍ଡ.ଜେ.ହ୍ୟାରିସ୍ ଓ ମାଆ ଶ୍ୟାମଳା ଗୋପାଲନ୍ ।


ହ୍ୟାସ୍ଟିଙ୍ଗ୍ କଲେଜ ଅଫ୍ ଲ’ ରୁ ଓକିଲାତି ପଢିଥିବା କମଳା ପ୍ରଥମେ ଆଲାମେଡା ଡିଷ୍ଟ୍ରିକ୍ଟ୍ ଆଟର୍ଣ୍ଣି ଅଫିସ୍ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୩ ମସିହାରେ ସେ ସାନଫ୍ରାନ୍ସିସକୋ ର ଡିଷ୍ଟ୍ରିକ୍ଟ୍ ଆଟର୍ଣ୍ଣି ରୂପେ ନିର୍ବାଚିତ ହୋଇଥିଲେ । ୨୦୧୬ ମସିହାରେ ହ୍ୟାରିସ୍ ଲୋରେଟ୍ଟା ସାନ୍ଚେଜ୍ ଙ୍କୁ ପରିଷଦ ନିର୍ବାଚନ ରେ ହରାଇ ଦ୍ବିତୀୟ ଆଫ୍ରିକାନ୍ ଆମେରିକାର ମହିଳା ତଥା ପ୍ରଥମ ସାଉଥ୍ ଏସିଆନ୍ ଆମେରିକାନ୍ ଭାବେ ଆମେରିକା ର ପରିଷଦ ପରିଚାଳନା କରିଥିଲେ ।

ଜାନୁଆରୀ ୨୦, ୨୦୨୧ ରୁ କାର୍ଯ୍ୟଭାର ଗ୍ରହଣ କରିବାକୁ ଥିବା କମଳା ହ୍ୟାରିସ୍ ଆମେରିକା ର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ପରିଚିତ ହେବାକୁ ଯାଉଛନ୍ତି । ତେବେ ସେ ଦ୍ବିତୀୟ ଅଣ ୟୁରୋପୀୟ ବଂଶୋଦ୍ଭବ ଭାବରେ ଆମେରିକା ର ଉପରାଷ୍ଟ୍ରପତି ପଦକୁ ପରିଚାଳନା କରିବେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here