ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ଆୟୋଜିତ

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଧର୍ମ ପରାୟଣ ବ୍ୟକ୍ତି ମଦନମୋହନ ପଣ୍ଡାଙ୍କ ୧୩ତମ ଶ୍ରାଦ୍ଧୋତ୍ସବରେ ଗତକାଲି ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ନିକଟସ୍ଥ ନିକୁଞ୍ଜ ମୋହନ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ପଣ୍ଡାଙ୍କ ପୁତ୍ର ସାହିତ୍ୟିକ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ କଳା,ସାହିତ୍ୟ ଓ ସଂସ୍କୃତିର ଏକ ଅନନ୍ୟ ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ଆୟୋଜନ କରିଥିବା ବେଳେ ଅଧ୍ୟକ୍ଷତା ରଘୁନାଥ ସାହୁ କରିଥିଲେ I ମୂଖ୍ୟ ଅତିଥି ଭାବେ ଚନ୍ଦ୍ରିକା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଇଂ ବିଚିତ୍ରାନନ୍ଦ ମୁନି ଏବଂ ଅନ୍ୟତମ ଅତିଥି ଭାବେ ସମାଜସେବୀ ବଂଶୀଧର ନାୟକ,ସାହିତ୍ୟିକ ଚିତ୍ତରଞ୍ଜନ ଦାସ,ପିପୁଲସ କଲେଜ ଅଧ୍ୟାପକ ରବିନ୍ଦ୍ର ପୋଲାଇ ମଞ୍ଚାସୀନ ଥିଲେ ।

ସର୍ବପ୍ରଥମେ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ ଅତିଥି ଶ୍ରୀ ଜଗନ୍ନାଥ ସ୍ବାମୀ ଏବଂ ମଦନମୋହନ ପଣ୍ଡାଙ୍କ ଫୋଟଚିତ୍ରରେ ପୁଷ୍ପାଞ୍ଜଳୀ ସହ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ଗଣେଶ୍ବର ପରିଡା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦ ସହିତ ଚନ୍ଦ୍ରିକା ସାହିତ୍ୟ ଏକାଡେମୀ ଓ ଉତ୍କଳିକା ପକ୍ଷରୁ ଗଞ୍ଜାମ ଜିଲ୍ଲାର ଖ୍ୟାତନାମା ବରିଷ୍ଠ ସାହିତ୍ୟିକ ଚନ୍ଦ୍ରମଣି ସ୍ବାଇଁ ଓ ପୂର୍ବତନ ପ୍ରଫେସର ହରିହର ଦାସଙ୍କ ବିୟୋଗରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆନୁଷ୍ଠାନିକ ଭାବେ ସମାଜସେବୀ ଶରତ ଚନ୍ଦ୍ର ମହାରଣା ଓ ସାମ୍ବାଦିକ ଅଭିମନ୍ୟୁ ମିଶ୍ରଙ୍କୁ ଉପଢୌକନ ସହ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା । ୨୦ରୁ ଉର୍ଦ୍ଧ୍ବ କବି ନିଜସ୍ୱ କବିତା ପାଠ କରିଥିଲେ ।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here