ହ୍ୱାଇଟ ହାଉସରେ ପ୍ରବେଶ ପାଇଁ ଜୋ ବାଇଡେନଙ୍କ ପ୍ରସ୍ତୁତି :

ଓଡିଶା1 ବ୍ୟୁରୋ : ଆମେରିକାରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ ହାଉସ ଆଡକୁ ପାଦ ବଢେଇଛନ୍ତି କିନ୍ତୁ ସେପଟେ ପରାଜୟ ମାନିବାକୁ ରାଜି ନାହାନ୍ତି ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ଏଯାଏଁ ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ନିର୍ବାଚନୀ ପ୍ରଚାର ବେଳେ ଜୋ ବାଇଡେନ କହିଥିଲେ ଯେ ସେ ବିଜୟୀ ହେଲେ ପ୍ରଥମ ଦିନରେ କୋଭିଡକୁ ନେଇ ରଣନୀତିର ଘୋଷଣା କରିବେ  । ଏବେ ବାଇଡେନ ଓ ହାରିସ ସେହି ଦିଗରେ କାମ ଆରମ୍ଭ କରିଦେଇଛନ୍ତି ।

ସାରା ବିଶ୍ୱ ନେତାଙ୍କ ଠାରୁ ଜୋ ବାଇଡେନ ଓ କମଳା ହାରିସଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହାରି ଭିତରେ ୱିଲମିଂଟନରେ କୋଭିଡ ପରାମର୍ଶଦାତା ଟିମ, ଜୋ ବାଇଡେନ ଓ କମଳା ହାରିସଙ୍କୁ ମିଳିତ ବିବୃତି ଦେବେ । ଏହା ପରେ ପରେ କୋଭିଡ ଓ ଅର୍ଥନୈତିକ ସୁଧାରକୁ ନେଇ ଜୋ ବାଇଡେନ ନିଜର ମତ ରଖିବେ । ଏହାସହ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଓ ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ ମିଳିତ ଭାବରେ ଏକ ‘ବିଲ୍ଡ ବ୍ୟାକ ବେଟର ଡଟ୍ କମ୍’ ନାମକ ଏକ ୱେବସାଇଟ ଓ ‘ଟ୍ରାନଜିସନ ୪୬’ ନାମରେ ଟ୍ୱିଟର ଆକାଉଂଟ  ଲଂଚ କରିଛନ୍ତି । ଏହି ୱେବସାଇଟରେ ୪ଟି ପ୍ରସଙ୍ଗକୁ ବେଶ ଗୁରୁତ୍ୱ ଦିଆଯାଇଛି ।

ତାହାହେଲେ କୋଭିଡ ପରିଚାଳନା, ଅର୍ଥନୈତିକ ସୁଧାର, ବର୍ଣ୍ଣବୈଶ୍ୟମ ଦୂର କରିବା ଓ ଜଳବାୟୁ ପରିବର୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେପଟେ ନିଜ ପରାଜୟ ମାନୁନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ନିର୍ବାଚନରେ ଅନିୟମିତତା ହୋଇଥିବା ବାରମ୍ବାର ଅଭିଯୋଗ କରିବା ସହ ଫଳାଫଳକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏପରିକି ଆସନ୍ତା ସପ୍ତାହରେ ସେ ପୁଣି ମାମଲା ଦାୟର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here