ପଶ୍ଚିମବଙ୍ଗ ହେବ ସୁନାର ରାଜ୍ୟ : ଅମିତ ଶାହା।

କୋଲକାତା : ଗତକାଲି ପଶ୍ଚିମବଙ୍ଗକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା। ସେଠାରେ ଉଦବୋଧନ ଭାଷଣ ଦେଇ ମମତା ବାନାର୍ଜୀଙ୍କ ସରକାରଙ୍କୁ କଡା ସମାଲୋଚନା କରିବା ସହ ସିଧାସଳଖ ଟାର୍ଗେଟ କରିଛନ୍ତି। ଆସନ୍ତା ବର୍ଷ ପଶ୍ଚିମବଙ୍ଗ ରେ ବିଧାନସଭା ନିର୍ବାଚନ ହେବ। ମମତାଙ୍କ ରାଜ୍ୟରେ କେମିତି ପଦ୍ମ ଫୁଟିବ ସେ ନେଇ ଏବେ ଠାରୁ ଉଦ୍ୟମ ଆରମ୍ଭ ହୋଇ ଯାଇଛି। ସେ କହିଛନ୍ତି ଯେ ଜାଣିଶୁଣି ମମତା ସରକାର କେନ୍ଦ୍ର ର ସମସ୍ତ ଯୋଜନାକୁ ବନ୍ଦ କରି ଦେଇଛନ୍ତି।

ଯଦି ଏସବୁ ଯୋଜନାକୁ ବନ୍ଦ କରି ମମତା ସରକାର ପ୍ରମାଣ କରିବାକୁ ଚାହୁଁଛନ୍ତି କି ବିଜେପିକୁ ରୋକି ହେବ ତେବେ ଭୁଲ ଭାବୁଛନ୍ତି। ଗରିବ ଲୋକଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଯୋଜନା ଦିଆ ଯାଉ ନାହିଁ।ଗରିବ, ଆଦିବାସୀ ତଥା ପଛୁଆ ବର୍ଗ ପାଇଁ ଭାରତ ସରକାରଙ୍କ ୮୦ ରୁ ଅଧିକ ଯୋଜନା ଥିବା ବେଳେ ମମତା ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଦେଉ ନାହାଁନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗ ରେ ଥରେ ବିଜେପି କୁ ସୁଯୋଗ ଦିଅନ୍ତୁ। ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୁନାର ବଙ୍ଗଳା କରିବାକୁ ଯଥା ସାଧ୍ୟ ଚେଷ୍ଟା କରିବୁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here