ଅଭିନେତ୍ରୀ ପୁନମ୍ ପାଣ୍ଡେ ଓ ତାଙ୍କ ସ୍ୱାମୀ ଗିରଫ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ପୁନମ୍‌ ପାଣ୍ଡେ ଓ ତାଙ୍କ ସ୍ୱାମୀ ସାମ୍‌ ବମ୍ବେଙ୍କୁ ପୋଲିସ୍‌ ଗିରଫ କରିଛି।ଦକ୍ଷିଣ ଗୋଆ ଚାପୋଲି ଡ୍ୟାମ୍‌ର ନିଷିଦ୍ଧ ଅଞ୍ଚଳରେ ଅଶ୍ଲୀଳ ଭିଡିଓ ଶୁଟ୍‌ କରି ବିବାଦ ଘେରକୁ ଆସିଥିଲେ ପୁନମ୍‌। ଏହି ଘଟଣାରେ ଗୋଆ ପୋଲିସ୍‌ ପୁନମ୍‌ ଓ ତାଙ୍କ ସ୍ୱାମୀଙ୍କୁ ଗତକାଲି ଗିରଫ କରିଛି। ସ୍ୱାମୀଙ୍କ ସହ ଉତ୍ତର ଗୋଆର ଏକ ବିଚ୍‌ ରିସର୍ଟରେ ରହୁଥିବା ପୁନମ୍‌ଙ୍କ ବିରୋଧରେ ମାମଲା ରୁଜୁ ହେବାପରେ କାନାକୋନା ପୋଲିସ୍‌ ପ୍ରଥମେ ତାଙ୍କୁ ଅଟକ ରଖିଥିଲା ଓ ପରେ ଗିରଫ କରିଥିଲା।

ଯାଞ୍ଚ ବେଳେ ପୋଲିସ୍‌ ପୁନମ୍‌ ଶୁଟ୍‌ କରିଥିବା ବିବାଦୀୟ ଭିଡିଓ କ୍ଲିପ୍‌କୁ ଜବତ କରିଛି। ପୁନମ୍‌ ଓ ତାଙ୍କ ସ୍ୱାମୀଙ୍କୁ କାନାକୋନା ପୋଲିସ୍ ଷ୍ଟେସନରେ ହାଜର ପାଇଁ ନୋଟିସ୍‌ କରାଯାଇଥିଲା। ହେଲେ ମୁମ୍ବାଇ ବାହାରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ୍‌ ସେମାନଙ୍କୁ ଗତକାଲି ଗିରଫ କରିଥିଲା। ସୂଚନା ଅନୁସାରେ, ଅକ୍ଟୋବର ୩୧ରେ ଏହି ବିବାଦୀୟ ଭିଡିଓ ଶୁଟ୍‌ ହୋଇଥିଲା। ଚାପୋଲି ଡ୍ୟାମ୍‌ର ନିଷିଦ୍ଧ ଅଞ୍ଚଳ ଭିତରକୁ ପୁନମ୍ ସ୍ୱାମୀଙ୍କ ସହ ଯାଇ ସେଠାରେ ଅଶ୍ଲୀଳ ଭିଡିଓ ଶୁଟ୍‌ କରିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ସୂଚନାଥାଉ କି, ଚଳିତ ବର୍ଷ ସେପ୍ଟେମ୍ବରରେ ପୁନମ୍ ସ୍ୱାମୀ‌ ସାମ୍‌ଙ୍କ ବିରୋଧରେ ମାର୍‌ପିଟ୍‌, ଧମକ ଭଳି ଅଭିଯୋଗ ଆଣିବା ପରେ ପୋଲିସ୍‌ ତା‌ଙ୍କୁ ଗିରଫ କରିଥିଲା।

Courtesy:otv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here