ଆଜି ଭୋର୍ ରୁ ଆରମ୍ଭ ହୋଇଛି ରାତ୍ରି ସଫେଇ କାର୍ଯ୍ୟକ୍ରମ

ପୁରୀ- ମୋ ଧାମ ମୋ ଗର୍ବ ଅଭିଯାନ ଅଧୀନରେ ଜାରି ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଆଜି ଅର୍ଥାତ ୫ତାରିଖ ଭୋର ୩ ଘଟିକା ସମୟରୁ ସହରର ମୁଖ୍ୟ ଗଳିମାନଙ୍କରୁ ରାତ୍ରି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ସହରର ପ୍ରତ୍ୟେକ ଗଳିକନ୍ଦିରୁ ଆବର୍ଜନା ସଫା କରାଯିବା ସହ ସଚେତନତା ସୃଷ୍ଟି କରାଯାଉଛି । ଆସନ୍ତା ୬ ଓ ୭ ତାରିଖରେ ପ୍ଲାଷ୍ଟିକ ସାମଗ୍ରୀ ସଂଗ୍ରହ ପାଇଁ ସ୍ବତନ୍ତ୍ର ଗାଡି ପ୍ରତି ଗଳିକନ୍ଦିରେ ଚାଲିବ । ଆସନ୍ତା ୬ ତାରିଖରେ ଦସ୍ତଖତ ଅଭିଯାନ କରାଯିବ । ପ୍ରତ୍ୟେକ ବ୍ୟକ୍ତି ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଶପଥ କରି ଦସ୍ତଖତ ଅଭିଯାନରେ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଗତକାଲି ସନ୍ଧ୍ୟାରେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଏହାକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି । ଆଜି ବିଭିନ୍ନ ୱାର୍ଡରୁ ଟ୍ରାକ୍ଟର ମାଧ୍ୟମରେ ୬୩ ଟ୍ରିପ ଆବର୍ଜନା ସଂଗ୍ରହ କରାଯାଇଛି । ରାସ୍ତାକଡରେ ନିର୍ମାଣ ସାମଗ୍ରୀ, ଆବର୍ଜନା ରଖି ଅବରୋଧ କରିବା ସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଲଂଘନ କରିଥିବାରୁ ୪୭ ଜଣଙ୍କୁ ନୋଟିସ ଜାରି କରାଯାଇଛି ଓ ଅନ୍ୟ ୩ ଜଣଙ୍କ ଠାରୁ ୯ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଜି ଦିନକରେ ବିଭିନ୍ନ ୱାର୍ଡରେ ପ୍ରାୟ ୫.୮ କି.ମି. ପରିସରରୁ ଅନାବନା ଗଛ କଟାଯାଇ ସଫାକରାଯାଇଛି । ଏତଦ୍ ବ୍ୟତୀତ ସହର ସ୍ବଚ୍ଛତା ଉପରେ ଜନ ସଚେତନତା ସୃଷ୍ଟିଲାଗି ସହରର ବିଭିନ୍ନ ସ୍ଥାନରେ ପେଣ୍ଟିଂ କରାଯାଉଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here