ପୁଣି ଚାନ୍ଦୋଳ ଫାଣ୍ଡି ପୋଲିସ ଏସ୍ ଆଇଙ୍କ ନାମରେ ଆସିଲା ଅଭିଯୋଗ

ଏହି ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡା ଫ୍ୟାମିଲି କୋର୍ଟରେ କାର୍ଯ୍ୟରତ ପିଏଲବି କାଞ୍ଚନ ସ୍ୱାଇଁ । ଏହି ମହିଳାଙ୍କୁ ପୂର୍ବ ଜମିବାରି ଶତୃତାକୁ କେନ୍ଦ୍ରକରି ତାଙ୍କ ଗ୍ରାମର ଅଭିଯୁକ୍ତ ସ୍ୱାଇଁ ଲୁହା ରଡ ସହିତ ଠେଙ୍ଗାରେ ପିଟି ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ଦଇବାତ୍ ମହିଳା ଜଣକ ଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ସିନା ହେଲେ ଏବେବି ଘରେ ପଡିରହି ଜୀବନ ସହିତ କରୁଛନ୍ତି ସଂଗ୍ରାମ । ଏବିଷୟରେ ଚାନ୍ଦୋଳ ଫାଣ୍ଡିରେ ଏତଲା ମଧ୍ୟ ହୋଇଛି । ହେଲେ ପିଏଲବିଙ୍କୁ ଆକ୍ରମଣ କରିବା ଘଟଣା ଏଥିମଧ୍ୟରେ ୧୦ଦିନ ବିତିଯାଇଥିଲେ ମଧ୍ୟ ଚାନ୍ଦୋଳ ପୋଲିସ ଦାସବାବୁ ମୋଟା ଅଙ୍କର ଟଙ୍କାଖାଇ କେସକୁ ଚପାଇବାକୁ ଉଦ୍ୟମ କରୁଥିବା ଏବଂ ଅଭିଯୁକ୍ତ ଖୁଲମ୍ ଖୁଲା ବାହାରେ ବୁଲୁଥିଲେ ମଧ୍ୟ ଗିରଫ୍ ନକରି ନୀରବ ଦ୍ରଷ୍ଟା ପାଲଟିବା ପଛରେ କଣ ରହିଛି କାରଣ ? କାହିଁକି ଚାନ୍ଦୋଳ ଫାଣ୍ଡିର ଇନଚାର୍ଯ ଗିରଫ୍ କରୁନି ଆସାମୀକୁ? ଏହି କାହାଣୀ ପଛରେ କଣ ଲୁଚିରହିଛି ଗୁଢ ରହସ୍ୟ? ମୋଟା ଅଙ୍କର ଟଙ୍କା ନା ରାଜନୈତିକ ଚାପ?

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here