ଗୋଟିଏ ଦିନରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ୧.୨ ଲକ୍ଷ କୋଟିର କ୍ଷତି: ବିଶ୍ୱ ଧନୀ ତାଲିକାର ୩ଟି ପାହାଚ ତଳକୁ ଖସି ୯ ନମ୍ବରରେ ପହଞ୍ଚିଲେ ମୁକେଶ ଅମ୍ବାନୀ

ସେୟାର ବଜାରରେ ରିଲାୟନ୍ସ କମ୍ପାନୀର ସେୟାର ଉପରେ ପଡିଛି ପ୍ରଭାବ । ଯାହା ଫଳରେ ଗୋଟିଏ ଦିନରେ କମ୍ପାନୀକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏହା ସହ ମୁକେଶ ଅମ୍ବାନୀ ୫୧,୧୦୦ କୋଟି ଟଙ୍କା ହରାଇଛନ୍ତି । ଯାହା ଫଳରେ ଫୋବର୍ସ ବିଶ୍ୱ ଧନୀ ତାଲିକାରୁ ୩ଟି ପାହାଚ ତଳକୁ ଖସି ଆସିଛନ୍ତି । ଗତ ଶୁକ୍ରବାର ଯାଏ ମୁକେଶ ବିଶ୍ୱ ଧନୀ ତାଲିକାରେ ୬ ନମ୍ବର ସ୍ଥାନରେ ଥିବା ବେଳେ ଏହି କ୍ଷତି କାରଣରୁ ସେ ଏବେ ୯ ନମ୍ବର ସ୍ଥାନକୁ ଖସି ଆସିଛନ୍ତି । ଚଳିତ ବର୍ଷ ଶେଷ ତ୍ରୈମାସିକ ହିସାବ ପରେ କମ୍ପାନୀ ଗତବର୍ଷ ତୁଳନାରେ ୧୫ ପ୍ରତିଶତ କମ୍ ଲାଭ କରିଥିବା ଜଣାପଡିଛି । ଫଳରେ ନିବେଶକ ମାନେ ସେମାନଙ୍କ ସେୟାର ବିକ୍ରି କରିଛନ୍ତି । କମ୍ପାନୀର ସେୟାର ପିଛା ଦାମ୍ ୮.୬୨ ପ୍ରତିଶତ ହ୍ରାସ ପାଇ ୧୮୭୭ ଟଙ୍କାରେ ପହଞ୍ଚିଯାଇଛି । ଗତ ସେପ୍ଟେମ୍ବର ୧୬ ରେ କମ୍ପାନୀର ପ୍ରତି ସେୟାର ମୂଲ୍ୟ ୨୩୬୮ ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା । ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ର ଲାଭ ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି କମ୍ପାନୀର ସେୟାର ଦାମ୍ କମିବା I
ଲକ୍ ଡାଉନ୍ ସମୟରେ ଘଣ୍ଟା ପ୍ରତି ୯୦ କୋଟି ଟଙ୍କା ରୋଜଗାର କରୁଥିବା ମୁକେଶ ଆମ୍ବାନୀଙ୍କ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ର ଏଭଳି କ୍ଷତି ପାଇଁ ଯେ କେବଳ ସେୟାର ଖସିବା ଦାୟୀ ତାହା କହିବା ଯୁକ୍ତି ଯୁକ୍ତ ନୁହେଁ । ଏହାର କାରଣ ବି ଅନେକ ହୋଇପାରେ । କିନ୍ତୁ ବାସ୍ତବରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଏଭଳି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here