କୋଡିଏ ବର୍ଷ କଟିଛି ଲାହୋର ଜେଲରେ: ଦୀର୍ଘ ୨୫ ବର୍ଷ ପରେ ଫେରିବେ କୁତ୍ରା ନିବାସୀ ବିର୍ଜୁ

ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଖଟଙ୍ଗ ପଞ୍ଚାୟତ ସଂଲଗ୍ନ ଜଙ୍ଗାରପଡାର ବାସିନ୍ଦା ବିର୍ଜୁ କୁଲୁ ଦୀର୍ଘ ୨୫ ବର୍ଷ ଧରି ନିଖୋଜ ଥିବା ବେଳେ ସେଥିରୁ ୨୦ ବର୍ଷ ହେବ ପାକିସ୍ଥାନର ଲାହୋର ଜେଲରେ ବନ୍ଦୀ ଜୀବନ ବିତାଇଛନ୍ତି । ଆଉ ଦିନ କେତେଟା ପରେ ସମ୍ପୂର୍ଣ୍ଣ କାହାଣୀ ଲୋକ ଲୋଚନକୁ ଆସିବ ବୋଲି ଚର୍ଚ୍ଚା ଯୋର ଧରିଛି । କେତେଟା ଦିନ ପରେ ନିଜ ଭିଟାମାଟିରେ ପାଦ ଦେବେ ବିରଜୁ କୁଲୁ । ସମ୍ପର୍କୀୟ ଓ ଗ୍ରାମବାସୀ କହନ୍ତି ସାମାନ୍ୟ ମାନସିକ ଅନଗ୍ରସର ଥିବା ବିରଜୁ ୨୫ ବର୍ଷ ତଳୁ ଘରୁ ବାହାରି କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ତଦନ୍ତ ପରେ ଜଣା ପଡିଥିଲା ସେ ୨୦ ବର୍ଷ ହେଲା ଲାହୋର ଜେଲରେ ବନ୍ଦୀ ଜୀବନ କାଟୁଥିଲେ । ତେବେ କେନ୍ଦ୍ର ସରକାରଙ୍କ ତତପରତା ଯୋଗୁଁ ସେ ଲାହୋର ଜେଲରୁ ମୁକୁଳି ପଞ୍ଜାବ ସ୍ଥିତ ଅମୃତସର ସହରର ନାରାୟଣଗଞ୍ଜ କୋଭିଡ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି । ଅଳ୍ପଦିନ ଭିତରେ ସେ ନିଜର ଭିଟାମାଟିକୁ ଫେରିବାର ବିଶେଷ ସମ୍ଭାବନା ରହିଛି । ବିରଜୁ ଘରକୁ ଫେରିବା ପରେ ଘରୁ ବାହାରିବା ଠାରୁ ୨୫ ବର୍ଷର ସମ୍ପୂର୍ଣ୍ଣ ପୂର୍ବ କାହାଣୀ ଲୋକ ଲୋଚନକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିବା ସହିତ ତାଙ୍କର ଫେରିବା ବାଟକୁ ଗ୍ରାମବାସୀ ଅପଲକ ନୟନରେ ଅନାଇ ବସିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here