ପିକ୍ଅପ୍ ଭ୍ୟାନ୍ ରୁ ଜବତ ହେଲା ୮ କ୍ଵିଣ୍ଟାଲ ଗଞ୍ଜେଇ

ଲମତାପୁଟ: କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌‌ ଜବତ ହୋଇଛି । ପିକ୍‌ଅପ୍‌ ଭ୍ୟାନ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଛି

ସୂଚନା ଅନୁସାରେ, ଆଜି ଭୋର ସମୟରେ ମାଛକୁଣ୍ଡ ସ୍ଥିତ ୧୫ ବାଟାଲିଅନ୍‌ ବିଏସ୍ଏଫ୍ ଓ କୋରାପୁଟ ପୋଲିସ୍‌ ହନୁମାଲ ଗାଁ ନିକଟରେ ଗାଡ଼ି ଚେକିଂ କରୁଥିଲେ। ଏହି ସମୟରେ ଏକ ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ଟି ଦ୍ରୁତ ଗତିରେ ଆସୁଥିବାର ଦେଖିବାକୁ ମିଳିଥିଲା। ତେବେ ପୋଲିସ୍‌କୁ ଦେଖି ଗାଡ଼ିର ଡ୍ରାଇଭର ଓ ହେଲ୍‌ପର୍ ଗାଡ଼ି ଛାଡ଼ି‌ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଡ଼ି ଯାଞ୍ଚ ବେଳେ ଜଣାପଡ଼ିଥିଲା ଏଥିରେ ଗଞ୍ଜେଇ ଚାଲାଣ ହେଉଥିଲା। ଗାଡ଼ିରୁ ପାଖାପାଖି ୮ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ପିକ୍‌ଅପ୍‌ ଭ୍ୟାନ୍‌ଟି ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି କରି ହନୁମାଲ ରାସ୍ତା ଦେଇ ଲମତାପୁଟ-ଜୟପୁର ରାସ୍ତା ଦେଇ ଛତିଶଗଡ଼ ଅଞ୍ଚଳକୁ ଗଞ୍ଜେଇ ଚୋର ଚାଲାଣ କରିବାର ଯୋଜନା ଥିଲା । ହେଲେ ଗାଡ଼ି ଚେକିଂ ବେଳେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲା ।

ଯେଉଁମାନେ ବେଆଇନ୍‌ ଗଞ୍ଜେଇ ବ୍ୟବସାୟରେ ଲିପ୍ତ ଅଛନ୍ତି ସେମାନଙ୍କର ଆର୍ଥିକ ସ୍ଥିତି ଉପରେ ନଜର ରଖାଯିବା ସହ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରାଯିବ ବୋଲି ନନ୍ଦପୁର ଏସ୍‌ଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here