ଆଜିଠାରୁ ଆରମ୍ଭ ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମତଦାତା ନିର୍ଦ୍ଧାରଣ କରିବେ ଟ୍ରମ୍ପ ଓ ବାଇଡେନଙ୍କ ଭାଗ୍ୟ

ଆମେରିକା: ଆମେରିକାର ବହୁ ପ୍ରତୀକ୍ଷିତ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଛି। ଆଜି ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ ଜୋ ବାଇଡେନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା।  ଆମେରିକାର ଉତ୍ତର-ପୂର୍ବ ରାଜ୍ୟ ନିଉ ହାମ୍ପସାୟାରର ଡିକ୍ସଭିଲ୍ ନଚ୍ ଏବଂ ମିଲ୍ସଫିଲ୍ଡରେ ପ୍ରଥମ ମତଦାନ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଆମେରିକାରେ ମତଦାନ ପାଇଁ ୫୦ଟି ରାଜ୍ୟରେ ପ୍ରସ୍ତୁତି ହୋଇଛି। ଦେଶର ୪୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ତାଙ୍କ ରିପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଜୋ ବାଇଡେନ। ତେଣୁ ଟ୍ରମ୍ପ୍‌ ପୁଣି ଥରେ ନିର୍ବାଚିତ ହେବେ ନା ବାଇଡେନ୍‌ ରାଷ୍ଟ୍ରପତି ଚୌକିରେ ବସିବେ ତାହା ଆଜିର ମତଦାନରୁ ହିଁ ସ୍ପଷ୍ଟ ହୋଇଯିବ। କରୋନା ମହାମାରୀ ମଧ୍ୟରେ ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

କୋଭିଡ୍ ମହାମାରୀ ପାଇଁ ଟ୍ରମ୍ପ୍‌ଙ୍କୁ ଚଳିତଥର ଅଧିକ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଛି। ମହାମାରୀ ପରିଚାଳନା ଏକ ପ୍ରମୁଖ ପ୍ରସଙ୍ଗ ହୋଇ ଉଭା ହୋଇଛି। ମହାମାରୀ ମଧ୍ୟରେ ଆମେରିକୀୟମାନେ ଟ୍ରମ୍ପ୍‌ଙ୍କୁ ପ୍ରତ୍ୟା‌ଖ୍ୟାନ କରିବେ କି ପୁଣିଥରେ ସ୍ବାଗତ କରିବେ ତାହା ଫଳ ପ୍ରକାଶ ପରେ ସ୍ପଷ୍ଟ ହେବ। ସେହିଭଳି ରିପବ୍ଲିକ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ମାଇକ୍‌ ପେନ୍ସ। ସେ ମଧ୍ୟ ବର୍ତ୍ତମାନ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି। ଅନ୍ୟପକ୍ଷେ ଡେମୋକ୍ରାଟିକ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ହୋଇଛନ୍ତି। ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍‌ କାଲିଫର୍ଣ୍ଣିଆର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here