ଖବର ସଂକ୍ଷେପ ରେ … ତାରିଖ ୦୩/୧୧/୨୦, ମଙ୍ଗଳବାର (NEWS IN BULLETS) : 7 AM

୧-ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ଯୋଡି ହେଲା ଆଉ ୩ ଫର୍ଦ୍ଦ, ହିଞ୍ଜିଳିକାଟୁ, ଛତ୍ରପୁରରେ ଇନଡୋର ଷ୍ଟାଡିୟମ ଲୋକାର୍ପିତ।

୨-ପଞ୍ଚଭୂତରେ ବିଲୀନ ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର, ସାନ ପୁଅ ଦେଲେ ମୁଖାଗ୍ନି।‌

୩-ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨ହଜାର ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଟିକା ପ୍ରଦାନ, ପଞ୍ଜିକରଣ କରିଛନ୍ତି ୯୮ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ।

୪-ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ସଂଖ୍ୟା : ୧୭ ଜିଲାରେ ହିସାବ ଅମେଳ।

୫-ସୁନ୍ଦରଗଡ଼: ପାକିସ୍ତାନ ଜେଲରେ ୨୦ବର୍ଷ, ୨ଦଶନ୍ଧି ପରେ ନିଜ ଗାଁ ମାଟିକୁ ଫେରିବେ ବିରଜୁ

୬-ଭୁବନେଶ୍ୱର କେଶରୀ ନଗରିରେ ଖୋଲିଲା ସାଇବର କମ୍ପ୍ଲେକ୍ସ, ଉଦଘାଟନ କଲେ DGP ଅଭୟ।

୭-କରୋନାରେ ଆଖି ବୁଜିଲେ ମୟୁରଭଞ୍ଜ ଜିଲ୍ଲାର ପୁର୍ବତନ ସାଂସଦ ଭାଗିରଥି ମାଝୀ।

୮-ଦୀପାବଳି ପାଇଁ କଟକରେ କୋଭିଡ୍‌ କଟକଣା ଜାରି, ବାଣ ଦୋକାନକୁ ମିଳିଲା ଗ୍ରୀନ୍ ସିଗନାଲ୍।

୯-ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ମାସ ପର୍ଯ୍ୟନ୍ତ ଖୋଲିବ ନାହିଁ ମନ୍ଦିର: ପିକ୍‌ନିକ୍‌ ସ୍ପଟ୍‌ରେ ଲାଗିଲା କଟକଣା।

୧୦-‌ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ ଦାନ ପୂର୍ବରୁ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ: ମୁଖ୍ୟ ନିର୍ବାଚନ ଅଧିକାରୀ।

୧୧-ଆରସିବିକୁ ୬ ଓ୍ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ଲେ-ଅଫରେ କଲା ପ୍ରବେଶ।

୧୨-ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଜି। ୫୦ ଟି ରାଜ୍ୟରେ ପ୍ରସ୍ତୁତି ଚୁଡ଼ାନ୍ତ। ଟ୍ରମ୍ପ୍ ନା ବାଇଡେନ୍ ? ଆସନ୍ତାକାଲି ହେବ ସ୍ପଷ୍ଟ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here