ତୁର୍କୀ ଓ ଗ୍ରୀସ ରେ ପ୍ରକୃତିର ତାଣ୍ଡବ :

ତୁର୍କୀ : ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ଭୂମଧ୍ୟସାଗର ଅଞ୍ଚଳରେ ଥିବା ଏଜିଆନ୍ ସାଗର ମଧ୍ୟରେ ଏହାର କେନ୍ଦ୍ରସ୍ଥଳୀ ଥିବା ବେଳେ ଏହାର ବ୍ୟାପକ ପ୍ରଭାବ ତୁର୍କୀ ଓ ଗ୍ରୀସରେ ଅନୁଭୂତ ହୋଇଛି । ବିଶେଷ କରି ତୁର୍କୀର ଉପକୂଳବର୍ତ୍ତୀ ଇଜମିର ପ୍ରଦେଶ ଉପରେ ଏହାର ବଡ଼ ପ୍ରଭାବ ପଡିଛି ।

ସୂଚନା ଯୋଗ୍ୟ,  ଶୁକ୍ରବାର ତୁର୍କୀ ଓ ଗ୍ରୀସ୍‌ରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପ ତୀବ୍ରତା ୭ ବୋଲି ରେକର୍ଡ଼ ହୋଇଥିବା ଜଣାପଡ଼ିଛି। ତେବେ ଏହି ଭୂମିକମ୍ପରେ ଗ୍ରୀସ୍ ରେ ସୁନାମି ଆସିଥିବା ବେଳେ, ତୁର୍କୀରେ ଅନେକ ଅଟ୍ଟାଳିକ ମାଟିରେ ମିଶି ଯାଇଛି । ଇଜମିର ସହର ଭିତରକୁ ପାଣି ପଶି ଆସିଛି ।

ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଗ୍ରୀକ୍ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ, ଭୂମିକମ୍ପ ପ୍ରଭାବରେ ଗ୍ରୀସ୍ ର ସାମୋସ୍ ସହର ଏବଂ ତୁର୍କୀର ଇଜମିର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ୨ ସହରରେ ଥିବା ବହୁତଳ କୋଠା ଭୁଶୁଡ଼ିପଡିବା ସହ ରାସ୍ତାଘାଟରେ ଫାଟ ସୃଷ୍ଟି ହୋଇଛି । ଏଜିଆନ୍‌ କୋଷ୍ଟରେ ଅନୁଭୂତ ଭୂମିକମ୍ପ ୧୬.୫ କିଲୋମଟର ପର୍ଯ୍ୟନ୍ତ ପ୍ରଭାବିତ ହୋଇଥିଲା ବୋଲି ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here