କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ :

ଭୋପାଳ: ପ୍ରଥମେ ଫ୍ରେଣ୍ଡ୍‌ଶିପ୍‌ ଓ ତା’ପରେ ଲଭ୍‌ ମ୍ୟାରେଜ୍, ଶେଷରେ ବିବାହର ୨ ମାସ ପରେ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ। ମଧ୍ୟପ୍ରଦେଶ ଇନ୍ଦୋରରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।

ଲକ୍‌ଡାଉନ୍‌ ସମୟରେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫ୍ରେଣ୍ଡ୍‌ଶିପ୍‌ ହୋଇଥିଲା। ଏହାପରେ ଅଗଷ୍ଟରେ ଉଭୟଙ୍କର ବିବାହ ହୋଇଥିଲା। ତେବେ ବିବାହର ମାତ୍ର ୨ ମାସ ପରେ ଅର୍ଥାତ୍‌ ଅକ୍ଟୋବରରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ମଙ୍ଗଳବାର ଦିନ ଏହି ବିବାଦ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ଓ ଏହାପରେ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

ଇନ୍ଦୋରର ସଂୟୋଗୀତାଗଞ୍ଜ ଥାନା ଅନ୍ତର୍ଗତ ଜାଭରା କମ୍ପାଉଣ୍ଡ୍‌ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ ନେଇ ସ୍ୱାମୀ ଛୁରୀରେ ପତ୍ନୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରଥମେ କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲେ। ଏଥିରେ ସେ ବିଫଳ ହେବାରୁ ଛୁରୀ ସାହାଯ୍ୟରେ ୨୨ ବର୍ଷୀୟା ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଅଭିଯୁକ୍ତ ସ୍ୱାମୀ ନିଜେ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

Courtesy – Otv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here