ଦୁର୍ଗା ପୂଜାବଟି ନ ଦେବା ରୁ ଗ୍ୟାରେଜ ଭାଙ୍ଗିବା ସହ ଦିବ୍ୟାଙ୍ଗ ପରିବାର କୁ ମରଣାତ୍ମକ ଆକ୍ରମଣ

ଦର୍ଶକ ବନ୍ଧୁ ଆପଣ ଭିଜୁଆଲ ଦେଖି ପାରୁଥିବେ କିଭଳି ଭାବେ ଗୋଟେ ଦିବ୍ୟାଙ୍ଗ ପରିବାର ଉପରେ ଆକ୍ରମଣ ହେଉଚି  ସେଥିରେ ବାଦ ପଡୁନି ଗୋଟେ ନିରୀହ ଛୋଟ ଝିଅ  ଏମିତି ଏକ ଘଟଣା ଦେଖିବା କୁ ମିଳିଛି  ଜଗତସିଂହପୁର ଥାନା ଅନ୍ତର୍ଗତ ଖଇରଙ୍ଗ ପଞ୍ଚାୟତ ର ପୁରୁଣାଗଡ଼ ଗ୍ରାମରେ ଦୁର୍ଗାପୂଜା  ପାଇଁ ବଟି ନ ଦେବାରୁ ଗ୍ୟାରେଜ ଘରକୁ ଭାଙ୍ଗି  ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି ! ଅଭିଯୋଗକlରି ପୁରୁଣାଗଡ଼ ଗ୍ରାମର ଦିବ୍ୟାଙ୍ଗ ପ୍ରଫୁଲ ଖଣ୍ଡାୟତରାୟ ଙ୍କ ସ୍ତ୍ରୀ ମହେଶ୍ୱତା ଖଣ୍ଡାୟତରାୟ ଅଭିଯୋଗ ରେ ଦର୍ଶାଇଛନ୍ତି କି ତାଙ୍କ ସ୍ୱାମୀ ଜଣେ ଦିବ୍ୟାଙ୍ଗ ଅଟନ୍ତି ! ପରିବାର ପ୍ରତିପୋଷଣ ପାଇଁ ଗ୍ରାମବାସୀଙ୍କ ଙ୍କୁ କିଛି ଟଙ୍କା ଦେଇ  ଏକ ଘରକୁ ଗ୍ୟାରେଜ ଘର ଭଡା ସୂତ୍ରରେ ଆଣି କାମ କରୁଥିଲେ ! ଉକ୍ତ ଘର ଚତୁର୍ପାଶ୍ୱରେ ମଧ୍ୟ ସଫା ସଫି କରି ଲକ୍ଷାଧିକ ଟଙ୍କା ଖର୍ଚ କରି ଘର କାମ କରିଥିଲେ   ଦୁର୍ଗାପୂଜା ବଟି ମାଗିବାରୁ  ପ୍ରଫୁଲ ବଟି ଦେଇ ନଥିଲେ ତାଙ୍କର ସମ୍ପକୀୟ  କିଛି  ଗ୍ରାମବାସୀଙ୍କୁ  ଡାକି ଘରକୁ ଭାଙ୍ଗି ଦେଇଥିଲେ ! ସେଇ ସମୟରେ ଦିବ୍ୟାଙ୍ଗ ସ୍ୱାମୀ  ପ୍ରଫୁଲ ବିରୋଧ କରିବାରୁ ତାଙ୍କୁ ହୁଈଲ ଚେୟାର ରୁ ଘୋଷାଡ଼ି  ଆଣି ମାଡ଼ ମାରିଥିବାର ଦେଖି  ତାଙ୍କ ସ୍ତ୍ରୀ ମହେଶ୍ୱତା ଏବଂ  ଝିଅ ଉତ୍ୟକ୍ତ ଲୋକଙ୍କୁ ଅଟକାଇ  ବାକୁ ଚେଷ୍ଟା କରିଥିଲେ ମଧ୍ୟ  ମହେଶ୍ୱତା ଓ ଝିଅକୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିବା ବେଳେ  ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ! ଏପରିକି ଉତ୍ୟକ୍ତ ଲୋକ ମାନେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ନଷ୍ଟ କରିଦେଇଥିବା ମଧ୍ୟ ଅଭିଯୋଗ।ଏ ସଂପର୍କରେ ମହେଶ୍ୱତା ଏବଂ ତାଙ୍କ ଝିଅ ଜଗତସିଂହପୁର ଥାନାରେ ଲିଖିତ ଭାବେ  ଅଭିଯୋଗ କରିଛନ୍ତି I     

ଜଗତସିଂହପୁର ଜିଲ୍ଲାର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here