ଦେଶରେ କମୁଛି କରୋନା ସଂକ୍ରମଣ ।

ଓଡିଶା 1 ବ୍ୟୁରୋ : ଦେଶରେ ଦ୍ରୁତ ଗତିରେ କମୁଛି କରୋନା ସଂକ୍ରମଣ । ପୂର୍ବ ସପ୍ତାହ ତୁଳନାରେ ଶେଷ ସପ୍ତାହରେ ୧୬ ପ୍ରତିଶତ ହ୍ରାସ ପାଇଛି ନୂଆ ମାମଲା । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯ ପ୍ରତିଶତ ହ୍ରାସ ପାଇଛି । ଭାରତରେ ଅକ୍ଟୋବର ୧୯ ରୁ ୨୫ ତାରିଖ ମଧ୍ୟରେ ୩ ଲକ୍ଷ ୬୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ତିନି ମାସ ମଧ୍ୟରେ ସର୍ବନିମ୍ନ ବୋଲି କୁହାଯାଉଛି । ଏହା ପୂର୍ବରୁ ଜୁଲାଇ ମାସ ୨୦ ରୁ ୨୬ ପର୍ଯ୍ୟନ୍ତ ଗୋଟିଏ ସପ୍ତାହରେ ସର୍ବନିମ୍ନ ୩ଲକ୍ଷ ୨୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାପରେ ବଢ଼ି ବଢ଼ି ଚାଲିଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟା ।

ଅକ୍ଟୋବର ୧୨ରୁ ୧୮ ମଧ୍ୟରେ ୪ ଲକ୍ଷ ୨୯ ହଜାର ୪୮୧ , ଅକ୍ଟୋବର ୫ ରୁ- ୧୧ ମଧ୍ୟରେ ୪ଲକ୍ଷ ୯୫ ହଜାର ୬୩୯, ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୪ ମଧ୍ୟରେ ୫ଲକ୍ଷ ୫୦ ହଜାର ୫୪୫, ସେପ୍ଟେମ୍ବର ୨୧ ରୁ ୨୭ ମଧ୍ୟରେ ୫ ଲକ୍ଷ ୮୯ ହଜାର ୭୧୯, ସେପ୍ଟେମ୍ବର ୧୪ ରୁ ୨୦ ମଧ୍ୟରେ ୬ ଲକ୍ଷ ୪୦ ହଜାର ୧୯, ସେପ୍ଟେମ୍ବର ୭ ରୁ ୧୩ ମଧ୍ୟରେ ୬ ଳକ୍ଷ ୪୫ ହଜାର ନୂଆ ମାମଲା ସାମନାକୁ ଆସିଥିଲା । ଅନ୍ୟପଟେ ଗତକାଲି ସୁଦ୍ଧା ଦେଶର କରୋନା ସୁସ୍ଥ ହାର ସଂଖ୍ୟା ୯୦ ପ୍ରତିଶତରୁ ଅଧିକ ହୋଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here