କ୍ରିକେଟର କପିଳ ଦେବଙ୍କୁ ହୃଦ୍ଘାତ; ଡାକ୍ତରଖାନାରେ ଭର୍ତ୍ତି :

ନୂଆଦିଲ୍ଲୀ: ୧୯୮୩ ବିଶ୍ୱକପ ବିଜେତା ଭାରତର କ୍ରିକେଟ୍ କିମ୍ବଦନ୍ତି କପିଲ ଦେବଙ୍କୁ ହୃଦଘାତ ଶିକାର ହୋଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଆଞ୍ଜିଓପ୍ଲାଷ୍ଟିକ୍ ଚିକିତ୍ସା ପୂର୍ବରୁ ତାଙ୍କ ହାର୍ଟଆଟାକ ହୋଇଛି। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

୬୧ ବର୍ଷୀୟ କପିଲଙ୍କୁ ହୃଦ୍‌ଘାତ ହୋଇଥିବା ଖବର ଆସିବା ପରେ କ୍ରିକେଟ ଜଗତରୁ ଆରୋଗ୍ୟ କାମନାର ସୁଆ ଛୁଟିଛି। କପିଲଙ୍କ ଅସୁସ୍ଥତା ନେଇ ପୂର୍ବତନ କ୍ରିକେଟର ମଦନ ଲାଲ୍‌ ସୁଚନା ଦେଇଥିଲେ। କପିଲ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ମଦନ ଲାଲ୍ ସୂଚନା ଦେଇଥିଲେ।

କପିଲ ଦେବ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଏସ୍‌କର୍ଟ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର କିଛି ଟେଷ୍ଟ କରାଯାଇଥିଲା। ଷ୍ଟେଣ୍ଟ ଲଗାଯିବା ପରେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। କପିଲଙ୍କୁ ୩ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।

କପିଲାଙ୍କ ଆରୋଗ୍ୟ କାମନା କରି ଭିଭିଏସ୍‌ ଲକ୍ଷ୍ଣଣ, ସଚିନ ତେନ୍ଦୁଲକର, ଗୌତମ ଗମ୍ଭୀରଙ୍କ ଭଳି ପ୍ରମୁଖ କ୍ରିକେଟରଙ୍କ ସମେତ ସାଇନା ନେହୱାଲଙ୍କ ଭଳି ଅନ୍ କ୍ରୀଡ଼ାବିତ ମଧ୍ୟ କପିଲଙ୍କ ଆରୋଗ୍ୟ କାମନା ଈଶ୍ୱରଙ୍କ ପାଖରେ ପ୍ରର୍ଥନା ଜଣାଇଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here