ନେହା କକ୍କର ଓ ରୋହନପ୍ରୀତ୍ ସିଂ ଙ୍କ ଜୀବନରେ ବାଜିଲା ୱେଡିଂ ବେଲ୍ :

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର। ବିବାହ ଓ ରିଲେଶନ୍‌ଶିପ୍‌କୁ ନେଇ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ଥିବା ନେହା ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି। ଏଥିପାଇଁ ନେହାଙ୍କ ଘରେ ୱେଡିଂ ବେଲ୍‌ ମଧ୍ୟ ବାଜି ସାରିଲାଣି। ଅର୍ଥାତ୍‌ ବିବାହର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାହାର କିଛି ଝଲକ୍‌ ଦେଖିବାକୁ ମିଳିଛି ନେହାଙ୍କ ମେହେନ୍ଦୀ ଓ ହଳଦୀ ସେରେମୋନିର କିଛି ଫଟୋରେ।  ସୋସିଆଲ୍‌ ମିଡିଆରେ ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସମାନେ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି।

ଇନ୍‌ଷ୍ଟାଗ୍ରାମରେ ସେରେମୋନିର ଏହି ଫଟୋ ସବୁ ନେହାଙ୍କ ଫ୍ୟାନ୍‌ପେଜ୍‌ରେ ଶେଆର କରାଯାଇଛି। ହଳଦୀ ସେରେମୋନିରେ ନେହାଙ୍କ ସହ ଟୋନି କକ୍କର, ରୋହନ୍‌ପ୍ରୀତ୍‌ ଓ ସେମାନଙ୍କର ଅନ୍ୟ ସାଙ୍ଗମାନେ ଉପସ୍ଥିତ ଥିବା ନଜର ଆସିଛି। ନେହା ୟେଲୋ ରଙ୍ଗର ପ୍ଲେନ୍‌‌ ଶାଢ଼ୀ ପିନ୍ଧିଥିବା ବେଳେ ରୋହନପ୍ରୀତ୍ ୟେଲୋ ରଙ୍ଗର କୁର୍ତା ପିନ୍ଧିଛନ୍ତି। ‌ଉଭୟ ବେଶ୍‌ ସୁନ୍ଦର ଦିଶିବା ସହ ଖୁସି ମଧ୍ୟ ଥିବା ଦେଖିବାକୁ ମିଳିଛି।

ଏହାଛଡ଼ା ନେହାଙ୍କ ମେହେନ୍ଦୀ ସେରେମୋନି ଫଟୋ ମଧ୍ୟ ଏବେ ଚର୍ଚ୍ଚାରେ। ବ୍ଲାକ୍‌ ରଙ୍ଗର ଡ୍ରେସ୍‌ ପିନ୍ଧି ନେହା ହାତରେ ମେହେନ୍ଦୀ ଲଗାଉଥିବା ନଜର ଆସିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ନେହାଙ୍କ ରୋକା ଭିଡିଓ ଭାଇରାଲ ହୋଇଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here