ଟ୍ରମ୍ପ ଆଣିବେ କରୋନା ଟିକା :

ଓଡିଶା1 ବ୍ୟୁରୋ : ସପ୍ତାହକ ମଧ୍ୟରେ ଆମେରିକା ଆଣିବ କରୋନା ଟିକା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଗରୁ ଶେଷ ଡିବେଟ୍ ରେ ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଭ୍ୟାକସିନ୍ କାମ ଏବେ ଯୁଦ୍ଧକାଳିନ ଭିତିରେ ଆଗେଇ ଚାଲିଛି । ଆମେରିକା ସେନା ଏହି ଭ୍ୟାକସିନ୍ ବିତରଣ କାମ କରିବ । ରାଷ୍ଟ୍ରପତି ନିର୍ବାଚନ ଆଗରୁ ଟ୍ରମ୍ପ ଓ ଜୋ ବିଡେନଙ୍କ ମଧ୍ୟରେ ଶେଷ ଡିବେଟ୍ ହୋଇଛି । ଏହି ସମୟରେ କରୋନା ମୁକାବିଲାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଥମ ପ୍ରଶ୍ନ ହୋଇଥିଲା । ଏହାର ଜବାବ ରଖିବାକୁ ଯାଇ ଟ୍ରମ୍ପ କରୋନା ଭ୍ୟାକସିନ୍ ସପ୍ତାହକ ମଧ୍ୟରେ ଆସୁଥିବା ନେଇ କରିଛନ୍ତି ବଡ ଘୋଷଣା ।

ଡିବେଟ୍ ସମୟରେ ଟ୍ରମ୍ପ ଇସାରା କରିଛନ୍ତି ଖୁବଶୀଘ୍ର ଆମେରିକା ଚୀନରୁ ଆସିଥିବା ଏହି ବିଶ୍ୱ ମହାମାରୀକୁ ମୁକାବିଲା କରିଛି । ସେ ଯେତେବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ତାଙ୍କ ଠାରେ ଏହି ଔଷଧକୁ ପ୍ରୟୋଗ କରିଥିଲେ ଡାକ୍ତର । ଆଉ ଟ୍ରମ୍ପ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଏବେ ଆମେରିକାର ସର୍ବସାଧାରଣ ଲୋକଙ୍କୁ ଏହି ଟିକାର ସୁବିଧା ମିଳିବ । କରୋନା ମୁକାବିଲାରେ ଆମେରିକାର କଠୋରତାର ସହିତ ଲଢେଇ କରଛି । ବର୍ତମାନ ଆମେରିକାରେ ଅଧିକ ସଂକ୍ରମଣ ଥିବା ସହର ଗୁଡିକରେ ଆକ୍ରାନ୍ତ ଓ ମୃତ୍ୟୁ ହାରକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି । କରୋନା ଟିକା ଆସିଗଲେ ସେନା ସହାୟତାରେ ଏହାକୁ ବଂଟନ କରି କରୋନା ମୁକାବିଲାକୁ ଅଧିକ ସଫଳ କରାଯାଇପାରିବ ବୋଲି ଟ୍ରମ୍ପ କହିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here