ପୋଲିଶ ଓ ଅବକାରୀ ବିଭାଗର ମିଳିତ ଚଢାଉ , ଜଣେ ଗିରଫ :

ସୁନ୍ଦରଗଡ ଜିଲ୍ଲା ଧାରୁଆଡିହି ଥାନା ଅନ୍ତର୍ଗତ ବିରବିରା ପଞ୍ଚାୟେତର ତଲସେରା ଗ୍ରାମରେ ମହୁଲି ମଦର ବହୁଳ କାରବାର ଚାଲିଥିବାର ଖବର ପାଇ ପୋଲିଶ ଓ ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲେ ଶ୍ରୀକର ମାଝିଙ୍କ ଘରେ । ତଲସେରା ଗ୍ରାମର ଶ୍ରୀକର ମାଝି ମନଇଛା ମହୁଲି ମଦ କାରବାର କରୁଥିବାର ଖବର ପାଇ ମିଳିତ ଭାବେ ଅବକାରୀ ଓ ପୋଲିଶ ଚଢାଉ କରି ୧୦୦୦ କେ ଜି ମହୁଲ ପୋଚ ନଷ୍ଟ କରିବା ସହ ବହୁଳ ମାତ୍ରାରେ ମହୁଲି ମଦ ମଧ୍ୟ ନଷ୍ଟ କରିଥିଲେ । ଧାରୁଆଡିହି ଥାନାର ଏସ ଆଇ ଅଭୟ ମହାପାତ୍ର ଓ ସହକର୍ମୀଙ୍କ ସହ ଅବକାରୀ ବିଭାଗ ଚଢାଉ କରି ସମସ୍ତ ମଦଦ୍ରବ୍ୟ ଜବତ କରିବା ସହ ଶ୍ରୀକର ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ଏ ନେଇ ଧାରୁଆଡିହି ଥାନାରେ ୧୫୮/୨୦ ରେ ଏକ ଅବକାରୀ ମାମଲା ରୁଜୁ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here