ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସେକ୍ସନ ଅଧିକାରୀଙ୍କ ହୃଦଘାତରେ ମୃତ୍ୟୁ

ଡ଼ାବୁଗାଁ, ୨୨/୧୦ ବୁଧବାର ପ୍ରାୟ ରାତି ୮.୩୦  ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଜରୁରୀକାଳୀନ  ଉପ ବିଭାଗ ର କାର୍ଯ୍ୟରତ ସେକ୍ସନ ଅଫିସର ଜେମ୍ସ ମାର୍ଟିନ ସୁନାଙ୍କ ବିଶାଖାପାଟଣା ସ୍ଥିତ  ଏକ ଘୋରେଇ ହସ୍ପିଟାଲରେ ହୃଦ ଘାତରେ ଚିକିତ୍ସାଧୀନ ସମୟରେ ୫୮ ବୟସରେ ଅକାଳ ବିୟୋଗ ହୋଇଯାଇଛି। ପ୍ରକାଶ ଥାଉକି ସ୍ୱର୍ଗତ ସୁନା ଅବିଭାହିତ ଥିଲେ, ଦୁଃଖଦ ଖବର ଶୁଣି ନବରଙ୍ଗପୁର ଜିଲ୍ଲାପାଳ, ଡକ୍ତର ଅଜିତ କୁମାର ମିଶ୍ର ଗଭୀର ଶୋକ ପ୍ରକାଶ କରିଥିଲେ । ସ୍ୱର୍ଗତ ସୁନାଙ୍କ ଙ୍କ ଉଦ୍ଧେଶ୍ୟରେ ଏକ ଶୋକ ସଭା ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାମାଜିକ ଦୂରତା ରକ୍ଷା କରି  ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ସଭାପତିତ୍ୱ ଏକ ଶୋକ ସଭା ହୋଇଯାଇଛି । ଏହି ସଭାରେ ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ନିର୍ମଳ ନାୟକ,  ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଆସିସିଷ୍ଟାଣ୍ଟ କଲେକ୍ଟର୍,  ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, DSSO, ପ୍ରଫୁଲ୍ଲ ଶତପଥୀ, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସାହାୟକ ଏ, ସୁରେଶ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଓଡିଶା ରାଜସ୍ୱ  ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ସରକାରୀ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଦିବଂଗତ ସହକର୍ମୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ମହାମାରୀ କରୋନା କୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ସମୟରେ ସାମାଜିକ ଦୂରତା, ସବୁବେଳେ ମାସ୍କ ପିନ୍ଧିବା ଏବଂ ସତର୍କତା ଅବଲମ୍ବନ କରିବା ପାଇଁ  ଜିଲ୍ଲାପାଳ ଉପସ୍ଥିତ ସମସ୍ତ କର୍ମଚାରୀ ଙ୍କୁ ଅନୁରୋଧ କରିଥିଲେ ।

ପ୍ରଜ୍ଞା ରଞ୍ଜନ ପରିଡ଼ା, ଡ଼ାବୁଗାଁ, Odisha 1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here