ଟ୍ରମ୍ପଙ୍କୁ ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ତାତ୍ସଲ୍ୟ

ଆମେରିକା : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ଗୋଟିଏ ଦଳ ଅନ୍ୟ ବିରୋଧୀ ଦଳକୁ ଟାର୍ଗେଟ କରିବା ଆରମ୍ଭ କରି ସାରିଲେଣି। ଇତି ମଧ୍ୟରେ ଆମେରିକାର ଡେମୋକ୍ରାଟିକ ପାର୍ଟିର ନେତା ତଥା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆମେରିକାର ରିପବ୍ଲିକାନ ପାର୍ଟି ତଥା ସାମ୍ପ୍ରତିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଓବାମା ପ୍ରଥମେ କରୋନା ପ୍ରସଙ୍ଗକୁ ଆଧାର କରି ଟ୍ରମ୍ପଙ୍କୁ ତାତ୍ସଲ୍ୟ କରି କହିଛନ୍ତି, “ ଯେଉଁ ବ୍ୟକ୍ତି ନିଜକୁ କରୋନା ଠାରୁ ଦୂରେଇ ରଖିବାକୁ ଅସମର୍ଥ, ସେ ଏଭଳି ପରିସ୍ଥିତିରେ ଦେଶର ଜନତାଙ୍କୁ କିଭଳି ରକ୍ଷା କରିବାରେ ସମର୍ଥ ହେବେ ? ଆମେ ଦୀର୍ଘ ଆଠ ମାସ ଧରି ଆମେ ମାନେ କରୋନା ସହ ଲଢେଇ କରୁଛୁ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଆମ ସମସ୍ତଙ୍କୁ ଏଭଳି ଏକ ଭୟଙ୍କର ମହାମାରୀଠାରୁ ସୁରକ୍ଷା ଦେବାରେ ଅସମର୍ଥ। ଏହା ଏକ ରିୟଲିଟି ସୋ ନୁହେଁ, ବରଂ ଏହା ଏକ ବାସ୍ତବତା। ”

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here