ମହାରାଷ୍ଟ୍ରର ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ପଶିପାରିବନାହିଁ ସିବିଆଇ I

ଓଡିଶା1 ବ୍ୟୁରୋ : ମହାରାଷ୍ଟ୍ର ସରକାର ବୁଧବାର ଦିନ ଦିଲ୍ଲୀ ସ୍ୱତନ୍ତ୍ର ପୋଲିସ ଫାଉଣ୍ଡେସନର ସଦସ୍ୟ ମାନଙ୍କୁ ଏକ ଆଇନ ଅଧିନରେ ରାଜ୍ୟର କ୍ଷମତା ଓ ଅଧିକାର କ୍ଷେତ୍ରର ବ୍ୟବହାର ପାଇଁ ସମ୍ମତି ପ୍ରତ୍ୟାହାର କରିବା ପାଇଁ ଆଦେଶ ଜାରି କରିଛନ୍ତି । ସୂଚନା ମୁତାବକ ସିବିଆଇର ରାଜ୍ୟର କ୍ଷମତା ଓ ଅଧିକାର କ୍ଷେତ୍ରରେ ଉପଯୋଗ କରିବା ପାଇଁ ଆଉ ସହମତି ରହିବ ନାହିଁ । ଯାହା ମହାରାଷ୍ଟ୍ର ସରକାର ୨୨.୦୨.୧୯୮୯ ରେ ପ୍ରଦାନ କରିଥିଲେ । ଏହି ନିୟମକୁ ରାଜ୍ୟସରକାର ଏବେ ପ୍ରତ୍ୟାହାର କରିଛନ୍ତି । ଯାହା ଫଳରେ କୌଣସି ତଦନ୍ତ ବେଳେ ରାଜ୍ୟସରକାରଙ୍କ ବିନା ଅନୁମତିରେ ସିବିଆଇ ମହାରାଷ୍ଟ୍ରରେ ପ୍ରବେଶ କରିପାରିବ ନାହିଁ ।

କହିରଖୁ କି ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାର ଅନୁସନ୍ଧାନ ପ୍ରଥମେ ମୁମ୍ବାଇ ପୋଲିସ କରୁଥିଲା । କିନ୍ତୁ ସୁଶାନ୍ତଙ୍କ ବାପା ଦାଖଲ କରିଥିବା ଅଭିଯୋଗ ଆଧାରରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଗଲା । ଏହି ମାମଲାରେ ଏବେ ଅନୁସନ୍ଧାନ ପାଇଁ ସିବିଆଇକୁ ମହାରାଷ୍ଟ୍ର ସରକାରଙ୍କ ଅନୁମତି ନେବାକୁ ପଡିବ । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗତ, ଓ ରାଜସ୍ଥାନ ସରକାର ବି ପୂର୍ବରୁ ଏଭଳି ଆଦେଶ ଜାରି କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here