ବ୍ଲକ ଓ ପୈ।ରାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ବିବିଓ ତଥା ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା :

ସହରର ବିଭିନ୍ନ ସମସ୍ୟା ଏବଂ ତାହାର ସମାଧାନ ପାଇଁ ରାଜଗାଙ୍ଗପୁର ପୌରପାଳିକା ଦାୟିତ୍ୱରେ ଥିବା  ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କଲୁ । ଯେଉଁ ସଫେଇ କର୍ମଚାରୀ ମାନଙ୍କ ସହଯୋଗ ରେ ସହରକୁ ସୁନ୍ଦର ଓ ସ୍ଵଚ୍ଛ ରଖାଯାଇପାରୁଛି, ସେମାନଙ୍କର ଭଲ ଘରଟିଏ ନାହିଁ, ବର୍ଷା ଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି  । ଆମ ସଫେଇ କର୍ମଚାରୀ ମାନେ ମାନଙ୍କ ପାଇଁ ଭଲ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଅନୁରୋଧ କରାଗଲା ।  ଆମ୍ବେଦକର କଲୋନୀ ବୁଲି ଦେଖିଲୁ । ପୂର୍ବରୁ ସରକାରୀ କ୍ୱାଟର ମରାମତି କରିବା ପାଇଁ ଆଦେଶ ନ ଥିଲା । କିନ୍ତୁ ବହୁବାର ଅନୁରୋଧ ପରେ ସରକାର ସରକାରୀ କ୍ୱାଟର ମରାମତି ପାଇଁ ଅନୁମତି ପ୍ରଦାନ କରିଛନ୍ତି । କିନ୍ତୁ କାହିଁକି କେଜାଣି ଏହି ଗରିବ ସଫେଇ କର୍ମଚାରୀ ମାନଙ୍କ  ପାଇଁ ଆମ ଅଧିକାରୀ ମାନେ ଚିନ୍ତା କରୁନାହାନ୍ତି । ସମସ୍ତ ଅଞ୍ଚଳ ବୁଲି ଦେଖିବା ପରେ ଏହା ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ପିୟୁସ ଲୋହାର ମୋହଦୟ ।ଆଗାମୀ ଛଟ ପୂଜା ଓ କାର୍ତ୍ତିକ ମାସ ପାଇଁ ବାବାତଲାଵ ସମେତ ସମସ୍ତ ପୋଖରୀ ଏବଂ ନଦୀ ର ସଫେଇ ସହିତ ବିଜୁଳି ଖୁଣ୍ଟ ସବୁ ମରାମତି କରିବା ପାଇଁ ଅନୁରୋଧ କରାଯାଉଛି । ଆଶା ଏହି ସବୁ କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ ଏବଂ ସମସ୍ତେ ଏହି ସୁବିଧା ଉପଭୋଗ କରିପାରିବେ ।

ମଧୁବାବୁ ପେନସନ ଯୋଜନାରେ କିଛି ହିତାଧିକାରୀ ମାନଙ୍କୁ ଯୋଡିବା ପାଇଁ ଅନୁରୋଧ ସହ ଦିବ୍ୟାଙ୍ଗ ଙ୍କୁ ସାଇକେଲ ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ  କରାଯାଇଛି । ପୌରପାଳିକାର ସମସ୍ତ ଯନ୍ତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟମାନ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ଶ୍ରୀ ପିୟୁସ ଲୋହାର ମହୋଦୟ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here