ବିଜେପିର ସାମ୍ବାଦିକ ସମ୍ମିଳନୀ :

ରାଉରକେଲା ସହରର ସେକ୍ଟର -୩ ବିଜେପି କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀର ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ରାଉରକେଲା ସହର ସିଭିଲ ଟାଉନସିପ  ଅଞ୍ଚଳର ୨ ଏକର ଜମିକୁ  ୫ ଜଣ ବ୍ୟବସାୟୀଙ୍କୁ ସାଗ ମାଛ ଦରରେ ବେଆଇନ ଭାବେ ଜମିବ୍ରିକି କରିବାକୁ ଯୋଜନା ପ୍ରସ୍ତୁତ ଚାଲିଥିବା ବେଳେ ଆରଡିଏ ବିଭାଗ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗାମୀ ଦିନରେ ଜମି ବ୍ରିକି କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ଏହାକୁ ନେଇ ବିଜେପି ଦଳ ପ୍ରଶ୍ନ କରିଛି  ?  ୨୦୧୭ ମସିହାରେ ଏଲ ଏ ଏସି ବିଭାଗର ନିଷ୍ପତ୍ତି ନେଇଥିଲା ଯେ ଆଜି ପରଠାରୁ କୌଣସି ଜମି ବେସରକାରୀ ଲୋକମାନଙ୍କୁ ବ୍ରିକି କରାଯାଇପାରିବ ନାହିଁ । ହେଲେ କେଉଁ ଆଧାରରେ ୨୦୨୦ ମସିହାରେ ୫ ଜଣ ବ୍ୟବସାୟୀଙ୍କୁ ୧୨୫ କୋଟି ଟଙ୍କା କମରେ ବ୍ରିକି କରାଯାଉଛି ସିଭିଲ ଟାଉନସିପ କମର୍ସିଆଲ ଜମି  । ଉକ୍ତ ଜମିର ମୁଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏହା  ଯେଉଁଭଳି ପୁରୀର ବଗଲା ଧର୍ମଶାଳାକୁ ବ୍ରିକି କରାଗଲା ସେହି ଭଳି ଦ୍ଵିତୀୟ ସ୍କାମ ହିସାବରେ ଏ  ଅଞ୍ଚଳର ଜମି ଗୁଡିକ ବେଆଇନ ନ ବ୍ରିକି କରାଯାଉ ବୋଲି ବିଜେପିର ରାଜ୍ୟ ସମ୍ପାଦକ ଧୀରେନ ସେନାପତି ସୂଚନା ଦେଇଥିଲେ । ତତ ସହିତ ବେନିୟମ ଜମି ବିକ୍ରି ସକାସେ ହେଉଥିବା ବେଆଇନ ସ୍କାର ଜବାବ ମାଗିଛନ୍ତି ରାଉରକେଲା ବିଧାୟକ ସହ ସରକାରୀ ଅଧିକାରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here