କେନ୍ଦ୍ରାପଡା ଜିଲ୍ଲାର ଡଙ୍ଗମାଳ ରୁ ତାଳଛୁଆ ରାସ୍ତା ପାଲଟିଛି ମରଣ ଯନ୍ତା :

ରାଜନଗର ର ନଳୀତାପାତିଆ ରୁ ତାଳଚୁଆ ପର୍ଯ୍ୟନ୍ତ ଥିବା ମୁଖ୍ୟରାସ୍ତା ସମ୍ପୂର୍ଣ ଭାବେ ଶୋଚନୀୟ ଅବସ୍ଥା କୁ ଚାଲିଆସିଛି I ଗ୍ରାମୀଣବିକାଶ ପକ୍ଷରୁ ନିର୍ମାଣ ହୋଇଥିବା ଏହି ରାସ୍ତା ଖୁବ କମ ଦିନରେ ଭୁସୁଡ଼ିଯିବା ସହିତ ଅଢେ଼ଇ ଫୁଟ ରୁ ଦୁଇ ଫୁଟ ଭଳି ଗଭୀର ଖାଲ ସୃଷ୍ଟି ହୋଇଛି I ଫଳରେ ସାଧାରଣ ଜନତା ବିଭିନ ପ୍ରକାର ଦୁର୍ଘଟଣାର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କ ପକ୍ଷେ ରାସ୍ତାରେ ଚାଲିକି ଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି I ରାଜନଗର ର ବାସିନ୍ଦା ଜଗନ୍ନାଥ ଦାସଙ୍କ କହିବାନୁସାରେ ଡ଼ାଙ୍ଗମାଳ ରୁ ଡାଲଖାଇ ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ଅବସ୍ଥା ମଧ୍ୟ ବେହାଲ ହୋଇ ପଡିବା ସହିତ ଉଭୟ ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି I ଗ୍ରାମବାସୀଙ୍କ ତରଫରୁ ସେ କହିଛନ୍ତି ଯେ,ସରକାର ଏହାପ୍ରତି ଦୃଷ୍ଟିନିକ୍ଷେପ କରିବା ସହିତ ଯୁଧ୍ୟକାଳୀନ ଭିତ୍ତିରେ ରାସ୍ତା ମରାମତି କାମ ଆରମ୍ଭ କରନ୍ତୁ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here