ପିପିଇ କିଟ୍ ପିନ୍ଧି ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍

ନୂଆଦିଲ୍ଲୀ: ନବରାତ୍ରି ଆରମ୍ଭ ହୋଇଯାଇଛି। ନବରାତ୍ରୀ ଆସିଲେ ମନେପଡେ ଦାଣ୍ଡିଆ ନାଚ। ବିଶେଷକରି ଗୁଜୁରାଟରେ ୯ ଦିନ ପାଇଁ ନବରାତ୍ରିରେ ଗରବା ନୃତ୍ୟ ଦେଖିବାକୁ ମିଳେ। ଏଥର ନବରାତ୍ରୀ ଅକ୍ଟୋବର ୧୭ରୁ କରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଯାଇଛି। କରୋନା ପାଇଁ ଲୋକମାନେ ଭୟଭୀତ ଥିବା ବେଳେ ପିପିଇ କିଟ୍‌ ପିନ୍ଧି କିଛି ପିଲା ଗରବା ଖେଳୁଥିବାର ଦେଖିବାକୁ ମିଳିଛି।

ଗୁଜୁରାଟର କିଛି ଫ୍ୟାସନ୍‌ ଡିଜାଇନିଂ ପିଲା ଗରବା କଷ୍ଟ୍ୟୁମ୍‌ରେ ପିପିଇ କିଟ୍‌ ସାମିଲ୍‌ କରିଛନ୍ତି। ପ୍ରଥମେ ପିପିଇ କିଟ୍‌ ତା ଉପରେ ଗରବା ଚୁନରି‌ ରହିଛି। ଏହି ଡ୍ରେସ୍‌ ପିନ୍ଧି ପିଲାମାନେ ଦାଣ୍ଡିଆ ଖେଲିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ଲୋକମାନେ ମୁହଁରେ ମାସ୍କ ଲଗାଇ ଦାଣ୍ଡିଆ ବାଡି ଧରି ଖେଳୁଛନ୍ତି। ସମସ୍ତଙ୍କ ଦେହରେ ପିପିଇ କିଟ୍‌ ସହ ପ୍ରସ୍ତୁତ ଦାଣ୍ଡିଆ କଷ୍ଟ୍ୟୁମ୍‌‌ ରହିଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଗୁଜୁରାଟ ସରକାର ଦାଣ୍ଡିଆ ନୃତ୍ୟ ପାଇଁ ଅନୁମତି ଦେଇନାହାନ୍ତି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଦାଣ୍ଡିଆ ନାଚ ଗୁଜୁରାଟର ଏକ ପାରମ୍ପରିକ ଲୋକନୃତ୍ୟ। ଏହି ନୃତ୍ୟ ପାଇଁ ଏଠାରେ ସ୍ୱତନ୍ତ୍ର ପ୍ରକାର ପୋଷାକ ଥାଏ। ପୁଅ ଏବଂ ଝିଅ ଉଭୟ ମିଶି ଏହିକୁ ନାଚର ଭରପୁର ମଜା ଉଠାଇଥାନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here