ଖବର ସଂକ୍ଷେପ ରେ … ତାରିଖ ୧୬/୧୦/୨୦, ଶୁକ୍ରବାର (NEWS IN BULLETS) : 7 AM

୧-ସେବା ପ୍ରଦାନରେ ନୂତନ ମାନକ ପ୍ରତିଷ୍ଠା କରିବା ନିମନ୍ତେ ପ୍ରଦ୍ୟୁଷଣ ବୋର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ, ଆଉ ୧୫ଟି ସହରରେ ସ୍ଥାପିତ ହେବ ବାୟୁ ପ୍ରଦ୍ୟୁଷଣ ପରିଚାଳନା ଷ୍ଟେସନ।

୨-୭୫ରେ ପାଦଦେଲେ ନବୀନ।ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।କୋଭିଡ ପାଇଁ ଜନ୍ମ ଦିନ ପାଳିବେ ନାହିଁ ନବୀନ।

୩-ବରଗଡ଼:ବେଆଇନ୍‌ କଫ୍‌ ସିରପ୍‌ କାରବାରର ପର୍ଦ୍ଦଫାସ୍‌ କଲା ସୋହେଲା ପୋଲିସ୍‌: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର।

୪-ଫେରନ୍ତା ମୈ।ସୁମୀର ପ୍ରଭାବ,୧୯ରେ ପୁଣି ଆଉ ଏକ ଲଘୁଚାପ।

୫-ଖୋଲିଲା ଧଉଳି,ମାସ୍କ ଓ ସାନିଟାଇଜିଂ ବାଧ୍ୟ ତା ମୂଳକ।

୬-ବେଗୁନିଆପଡ଼ା:ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୧୦ ଜଣ ଓ୍ୱାର୍ଡ ସଭ୍ୟଙ୍କ ଅଭିଯୋଗ-‘ନୀତି ନିୟମ ମାନୁ ନାହାଁନ୍ତି ପଞ୍ଚାୟତ ମୁଖ୍ୟ’

୭-ଷ୍ଟକ ବଜାରରେ କଳା ଗୁରୁବାର,ସେନ୍‌ସେକ୍ସ ୧୦୬୬ ପଏଣ୍ଟ ଖସିଲା: ୧୦ ଦିନର ଉତ୍ସାହରେ ଲାଗିଲା ବ୍ରେକ୍‌, ନିବେଶକ ହରାଇଲେ ୩.୩ ଲକ୍ଷ କୋଟି।

୮-ଆର୍‌ସିବିକୁ ୮ୱିକେଟରେ ହରାଇଲା କିଙ୍ଗସ୍ ଏକାଦଶ ପଞ୍ଜାବ।

୯-ଦେଶରେ ସେରୋ ସର୍ଭେ ଏବଂ ନମୁନା ପରୀକ୍ଷା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ।

୧୦-ତାମିଲନାଡୁ:ମିଥୁନ ଚକ୍ରବର୍ତ୍ତୀଙ୍କ ବିଳସୀ ରିସୋର୍ଟ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here