କରୋନା ଆକ୍ରାନ୍ତ ହେଲେ ଫୁଟ୍‌ବଲ ଖେଳାଳି ରୋନାଲ୍ଡୋ

ପର୍ତ୍ତୁଗାଲର ଷ୍ଟାର୍‌ ଫୁଟ୍‌ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ଆକ୍ରାନ୍ତ ହୋଇଛନ୍ତି। ପାଞ୍ଚଥରର ‘ବାଲନ୍‌ ଡି ଅର୍‌’ ପୁରସ୍କାର ବିଜେତା ରୋନାଲ୍ଡୋ କରୋନା ପଜିଟିଭ ହୋଇଥିବା ନେଇ ମଙ୍ଗଳବାର ପର୍ତ୍ତୁଗାଲ ଫୁଟ୍‌ବଲ ମହାସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଫେଡେରେସନ୍ ମଙ୍ଗଳବାର ଦିନ ନିଜ ୱେବସାଇଟରେ ଏକ ବିବୃତ୍ତି ପୋଷ୍ଟ କରି କହିଛି ଯେ, ୩୫ ବର୍ଷିୟ ରୋନାଲଡୋ କରୋନା ଆକ୍ରାନ୍ତ ହୋଇଛନ୍ତି ତାଙ୍କର କୌଣସି ଲକ୍ଷଣ ନାହିଁ ଏବଂ ସେ ଆଇସୋଲେଟ ଅଛନ୍ତି।

ରୋନାଲ୍ଡୋ କରୋନା ଆକ୍ରାନ୍ତ ହେବା ଖବରକୁ ନେଇ ଅନ୍ୟ ଟିମ୍‌ମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। କାହିଁକି ନା ନେସନ୍‌ କପ୍‌ରେ ସ୍ପେନ ଓ ଫ୍ରାନ୍ସ ବିପକ୍ଷରେ ମ୍ୟାଚ୍‌ ଖେଳିସାରିବା ପରେ ହିଁ ରୋନାଲ୍ଡୋ ପଜିଟିଭ ଚିହ୍ନଟ ହୋଇଥିଲେ। ଯାହାଫଳରେ ନିକଟରେ ଅନେକ ଖେଳାଳି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ରୋନାଲ୍ଡୋଙ୍କଠାରେ କରୋନା ଲକ୍ଷଣ ନ ଥିଲେ ମଧ୍ୟ ସେ ଏବେ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡ଼ିଛି।

By

Amartya Anurag

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here