ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା ବାହିନୀଙ୍କ ଦିନ ରାତି ପଇଁତରା ଯୋଗୁଁ ଚଳିତ ବର୍ଷ ୧୮୦ ରୁ ଅଧିକ ଆତଙ୍କବାଦୀଙ୍କ ଏନକାଉଣ୍ଟର ହୋଇଥିବା ଜଣାଯାଇଛି। ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଥିବା ରାମବାଗ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚାରିଆଡୁ ପୋଲିସ ଓ ସିଆରପିଏଫ୍ ଯବାନ ମାନେ ଆତଙ୍କବାଦୀଙ୍କୁ ଘେରିଯିବା ପରେ ଖସିଯିବା ପାଇଁ ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ। ଏହା ପରେ ଜବାବ ଦେବା ପାଇଁ ପୁଲିସ ଓ ସିଆରପିଏଫ୍ ଯବାନ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।
ReplyForward |