ବେଆଇନ ସସ୍ କାରଖାନା ରେ ପୋଲିଶର ଚଢ଼ାଉ ସସ ଓ ସସ ତିଆରି ସାମଗ୍ରୀ ଜବତ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରର କୁମ୍ଭାର ପଡା ଠାରେ ବେଆଇନ ଭାବେ ଚାଲିଥିବା ଏକ ନକଲି ସସ ତିଆରି କାରଖାନାରେ ରାଜଗାଙ୍ଗପୁର ପୋଲିଶ ରବିବାର ଦିନ ଚଢ଼ାଉ କରି ସସ ସହିତ ସସ ତିଆରି ସାମଗ୍ରୀ ଜବତ କରାଯାଇଛି। ଦୀର୍ଘ ୫ ବର୍ଷହେବ ରାଜଗାଙ୍ଗପୁର ସ୍ଥିତ କୁମ୍ଭାର ପଡା ୱାର୍ଡ ନମ୍ବର ୧ ଠାରେ ଅନୀଲ ଦାସ ବେଆଇନ ଭାବେ ନକଲି ସସ ତିଆରି କରି ବିକ୍ରି କରୁଥିଲେ।ଏହି ସସ କାରଖାନା ରେ ଅତି ନିମ୍ନମାନର ସସ ତିଆରି ହେଉଥିବା କାରଖାନା କୁ ବନ୍ଦ କରିବା ପାଇଁ ସାଧାରଣ ଜନତା ଦାବିକରି ଆସୁଥିଲେ ।ଏହି ସସ ମୁଖ୍ୟତଃ ଫାଷ୍ଟଫୁଡ଼ ଦୋକାନ ରେ ବିକ୍ରି କରାଯାଉଥିଲା।ଏହି ସସ ପଚା ସଢ଼ା କଖାରୁ ରେ ଏସିଡ ସହିତ ବିଭିନ୍ନ ରାସାୟନିକ ପଦାର୍ଥରୁ ତିଆରି ହେଉଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବସଷ୍ଟାଣ୍ଡ , କଲେଜ ଏବଂ ଅନ୍ୟନ ଜାଗାରେ ଵିଶେଷ କରି ଛୋଟ ପିଲା ମାନେ ଏହି ସସ ଖାଉଥିବାରୁ ତାଙ୍କ ସ୍ୱାସ୍ଥ୍ୟ କୁ ନେଇ ଅଭିଭାବକ ମାନେ ଚିନ୍ତାରେ ରହୁଥିଲେ।ଏହି କାରଖାନା କୁ ଦେଢ଼ବର୍ଷ ପୂର୍ବେ ମଧ୍ୟ୍ୟ ଧରାପଡିଥିଲା ଖାଉଟି ବିଭାଗ ନମୁନା ଯାଞ୍ଜ କରି ତାଙ୍କୁ ନୋଟିସ କରିଥିଲେ ତାପରେ ମଧ୍ୟ୍ୟ ବେଧଡକ ଭାବେ ଚଳାଉ ଆସୁଥିଲା ବେଳେ ଏହାକୁ ବନ୍ଦ କରିବା ପାଇଁ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଠାରେ ମଧ୍ୟ୍ୟ  ଅଭିଯୋଗ ହୋଇଥିଲା।ଏହି ଅଭିଯୋଗକୁ ଭିତ୍ତି କରି ରାଜଗାଙ୍ଗପୁର ଏସଡିପିଓ ଶଶାଙ୍କ ଶେଖର ବେହୁରା ନିଜେ ଉପସ୍ଥିତ ରହି ଆଇଆଇସି ଗୋକୁଳାନନ୍ଦ ସାହୁ,ଏ.ସ.ଆଇ.ଏ.କେ.ପଟେଲଙ୍କ ସମେତ ଦଳବଳ ସହ ସସ କାରଖାନା ଉପରେ ଚଢ଼ାଉ କରି ବହୁ ପରିମାଣର ସସ ଜବତ କରିବା ସହିତ ସସ ତିଆରି ମେସିନ ଓ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ଜବତ କରିବା ସହିତ ବେଆଇନ ସସ ତିଆରି କରୁଥିବା ଅନୀଲ ଦାସଙ୍କୁ ଗିରଫ କରି ଥିବାର ଜଣା ପଡ଼ିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here