ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ ସ୍ୱାମୀତ୍ୱ ’ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ : ଭୂ-ସମ୍ପତ୍ତି ରେକର୍ଡ଼ ବା କବଲା ଓ ପଟ୍ଟା ଇତ୍ୟାଦି ଆଉ ନିଜ ପାଖରେ ରଖିବାକୁ ପଡିବ ନାହିଁ। ଜମିଜମା କାଗଜପତ୍ରକୁ ନେଇ କେହି ବିବାଦରେ ମଧ୍ୟ ଫସିବେ ନାହିଁ। ଜମିଜମା ରେକର୍ଡ଼ ସଂରକ୍ଷଣରେ ଏଭଳି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏ ନେଇ ‘ ସ୍ୱାମୀତ୍ୱ ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭର୍ଚୁଆଲ ଭାବରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିବା ସହ ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ୧,୩୨,୦୦୦ ହିତାଧିକାରୀଙ୍କୁ ତାଙ୍କ ଭୂ-ସମ୍ପତ୍ତିର ବିବରଣୀ ଥିବା କାର୍ଡ ମିଳିଛି। ପୂର୍ବରୁ ଦେଇଥିବା ମୋବାଇଲ ନମ୍ବରକୁ ଏସଏମଏସ ମାଧ୍ୟମରେ ସମସ୍ତ ବିବରଣୀ ଆସିଥିବା କାର୍ଡଗୁଡିକୁ ଡାଉନଲୋଡ କରିପାରିବେ। ଏହା ଆଧାରକାର୍ଡ଼ ଭଳି ଏକ ଡିଜିଟାଲ କାର୍ଡରେ ସମସ୍ତ ଭୂ-ସମ୍ପତ୍ତିର ରେକର୍ଡ ରହିବ ଓ ଏହାକୁ ଆବଶ୍ୟକ ସମୟରେ ଏଟିଏମ କାର୍ଡ ଭଳି ମଧ୍ୟ ବ୍ୟବହାର କରିପାରିବେ। ଡ୍ରୋନ କ୍ୟାମେରା ମ୍ୟାପିଂ ମାଧ୍ୟମରେ ଭୂ-ସମ୍ପତ୍ତିର ବିବରଣୀ ନିଆଯାଇ ଏହି କାର୍ଡରେ ସ୍ଥାନିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଲକଡାଉନ ସମୟରେ ଏହି ଯୋଜନାର ଶୁଭାରମ୍ଭ କରିବେ ବୋଲି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଘୋଷଣା କରିଥିଲେ। ଆଜି ଏହାର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ବର୍ଷ ବର୍ଷ ଧରି ଚାଲିଥିବା ଜମିଜମା ବା ସମ୍ପତ୍ତିର ବିବାଦର ଅବସାନ ଘଟିବ। ଆଜି ଏହାର ଶୁଭାରମ୍ଭ କରି ୭୬୩ଟି ଗାଁର ୧,୩୨,୦୦୦ ଲୋକଙ୍କୁ ଭୂ-ସମ୍ପତ୍ତିର ବିବରଣୀ ଥିବା କାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଉତ୍ତରପ୍ରଦେଶର ୩୬୪, ହରିୟାଣାର ୨୨୧, ମହାରାଷ୍ଟ୍ରର ୧୦୦, ମଧ୍ୟପ୍ରଦେଶର ୪୪ ଓ କର୍ଣ୍ଣାଟକର ୨ଟି ଗାଁର ଲୋକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଭୂ-ସମ୍ପତ୍ତିର କାର୍ଡ ବଣ୍ଟନ କରିବେ। ଗତ ଏପ୍ରିଲ ୨୪ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ ଏସଭିଏମଆଇଟିଭିଏ ’ ପ୍ରକଳ୍ପରେ ଡ୍ରୋନ ମ୍ୟାପିଂ କାର୍ଯ୍ୟ ଆରମ୍ଭ ହୋଇ କାର୍ଯ୍ୟକାରୀ ହୋଇଛି। ଆସନ୍ତା ୨୦୨୪ ସୁଦ୍ଧା ୬.୪୦ ଲକ୍ଷ ଗ୍ରାମର ମ୍ୟାପିଂ କରାଯିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here