ଫୋବର୍ସ ଧନୀ ତାଲିକା ପ୍ରକାଶ ; ମୁକେଶ ଅମ୍ବାନୀ ଦେଶର ଶ୍ରେଷ୍ଠ ଧନୀ

ମୁମ୍ବାଇ : ଭାରତର ଧନୀ ବ୍ୟକ୍ତିମାନଙ୍କ ପାଇଁ ଫୋବର୍ସ ତାଲିକା ପ୍ରକାଶ ପାଇଛି। ଉକ୍ତ ସମ୍ମାନଜନକ ଫୋବର୍ସ ପତ୍ରିକା ୨୦୨୦ରେ ମୁକେଶ ଅମ୍ବାନୀ କ୍ରମାଗତ ତ୍ରୟୋଦଶ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ଧନୀ ରୂପେ ବିବେଚିତ ହୋଇଛନ୍ତି। ଚଳିତବର୍ଷ ଫୋବର୍ସ ତାଲିକା ସେପ୍ଟେମ୍ବର ୧୮୯ ଷ୍ଟକ ମୂଲ୍ୟ ଓ ବିନିମୟ ମୂଲ୍ୟ ଉପରେ ଆଧାର କରି ନିଟ୍ ଧନ ଗଣନା କରାଯାଇଛି। 
ଫୋବର୍ସ ଅନୁଯାୟୀ,ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସର୍ବଶେଷ ନିଟ୍ ସମ୍ପତ୍ତି ୮୮.୭ ବିଲିୟନ ଡଲାର ବୋଲି ଆକଳନ କରାଯାଇଛି। ରିଲାଏନ୍ସ ଗ୍ରୁପ ଜିଓ ପ୍ଲାର୍ଟଫର୍ମ ଓ ରିଲାଏନ୍ସ ରିଟେଲରେ ବିଶ୍ୱ ପୁଞ୍ଜି ବିନିଯୋଗ ହେତୁ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ଦ୍ୱିତୀୟ ସ୍ଥାନରେ ଆଦାନୀ ଗ୍ରୁପର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଗୌତମ ଆଦାନୀ ନିଜ ସ୍ଥାନ ସୁଦୃଢ଼ କରିଛନ୍ତି। ଗୌତମ ଆଦାନୀଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୫.୨ ବିଲିୟନ ଡଲାର ରହିଛି। ସେହିପରି ଏଚସିଏଲ ଟେକ୍ନୋଲୋଜିର ଶିବ ନାଦାର ତୃତୀୟ ତାଲିକାରେ ରହିଛନ୍ତି। ନାଦାରଙ୍କ ସମ୍ପତ୍ତିର ମୂଲ୍ୟ ୨୦.୪ ବିଲିୟନ ଡଲାର ରହିଛି। ଶ୍ରେଷ୍ଠ ୧୦ ମଧ୍ୟରେ କୋଭିଡ-19 ଭ୍ୟାକ୍ସିନ ପ୍ରସ୍ତୁତିରେ ଦେଶରେ ଅଗ୍ରଣୀ ରହିଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ସାଇରସ ପୁନାୱାଲା ରହିଛନ୍ତି। ସାଇରସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୧.୫ ବିଲିୟନ ଡଲାର ରହିଛି। 
ଫୋବର୍ସ ତାଲିକାରେ ଶ୍ରେଷ୍ଠ ୧୦୦ ଧନୀଙ୍କ ମଧ୍ୟରେ ଦେଶର ୩ ଜଣ ମହିଳା ସାମିଲ ଅଛନ୍ତି। ଓପି ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷ ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତିର ମୂଲ୍ୟ ୬.୭ ବିଲିୟନ ଡଲାର ଥିବା ବେଳେ ସେ ୧୯ତମ ସ୍ଥାନରେ ରହିଛନ୍ତି। କିରଣ ମଜୁମଦାରଙ୍କ ସମ୍ପତ୍ତିର ମୂଲ୍ୟ ୪.୬ ବିଲିୟନ ଡଲାର ଥିବା ବେଳେ ସେ ୨୭ତମ ସ୍ଥାନରେ ରହିଛନ୍ତି। ସେହିପରି ଫାର୍ମା କମ୍ପାନୀ ୟୁଏସଭିର ଅଧ୍ୟକ୍ଷ ଲିନା ତିୱାରୀଙ୍କ ସମ୍ପତ୍ତିର ମୂଲ୍ୟ ୩ ବିଲିୟନ ଡଲାର ଥିବା ବେଳେ ସେ ଫୋବର୍ସ ତାଲିକାର ୪୭ତମ ସ୍ଥାନରେ ରହିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here