ଖବର ସଂକ୍ଷେପ ରେ …ତାରିଖ ୦୭/୧୦/୨୦, ବୁଧବାର (NEWS IN BULLETS) : 7 AM

୧-ନୋବେଲ ପୁରସ୍କାର ପାଇଁ ୩ ଜଣ ପଦାର୍ଥ ବିଜ୍ଞାନୀ ମନୋନୀତ, ସେମାନେ ହେଲେ ରୋଜର ପେନ୍‌ରୋଜ୍‌, ରେନ୍‌ହାର୍ଡ ଜେଞ୍ଜେଲ୍‌ ଓ ଆଣ୍ଡ୍ରିଆ ଘେଜ୍‌।

୨-ଭୁବନେଶ୍ୱର:ଭୁଷୁଡିଲାଣି ପ୍ରାଥମିକ ଶିକ୍ଷା,୯୦ ଭାଗ ପିଲା ୪୦% ଭାଗ ପାଠ ପଢିପାରିନାହାଁନ୍ତି : ରିପୋର୍ଟ।

୩-ଦିନକ ପୂର୍ବରୁ ସରିଲା ବିଧାନସଭା ମୈ।ସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହକୁ ମୂଲତବୀ ଘୋଷଣା କଲେ ବାଚସ୍ପତି।୭ଦିନରେ ୭ ବିଧେୟକ ପାରିତ।

୪-BEd ନାମଲେଖା ବନ୍ଦ, ପର୍ଶୁରାମ ମିଶ୍ର ଶିକ୍ଷା ପ୍ରତିଷ୍ଠାନରେ ଆବଶ୍ୟକ ପଦବୀ ଖାଲି ପଡ଼ିଥିବାରୁ NCETର ନିଷ୍ପତ୍ତି।

୫-ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ସଂଯୋଗ । ଆସନ୍ତା ଏପ୍ରିଲ ମାସ ସୁଦ୍ଧା କାର୍ଯ୍ୟ ପୂରା କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ।‌

୬-କିସ୍ ରେ ନିଯୁକ୍ତି ପାଇଲେ ଦୁଇ ଦିନ ମଜୁରିଆ କ୍ରୀଡାବିତ୍ । ସେମାନେ ହେଲେ ନୟାଗଡ଼ର ସୁଜାତା ପ୍ରଧାନ ଓ ଯାଜପୁରର ଲକ୍ଷ୍ମୀ ମୁଣ୍ଡା।

୭-ଅକ୍ଟୋବର ଶେଷ ସପ୍ତାହରେ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ହେବ- ଶିକ୍ଷାମନ୍ତ୍ରୀ।

୮-ବିଧାନସଭାରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ : ବିରୋଧୀଙ୍କ ହୋହଲ୍ଲା, ସରକାର କହିଲେ- ଶିକ୍ଷା କ୍ଷେତ୍ରରେ ଆସିବ ସ୍ୱଚ୍ଛତା।

୯-ଦୀନେଶ କୁମାର ଖାରା SBIର ନୂଆ ଅଧ୍ୟକ୍ଷ ନିଯୁକ୍ତ।

୧୦-ବହୁଚର୍ଚ୍ଚିତ ୧୯୯୯ ମସିହା କୋଇଲା ଖଣି ଦୁର୍ନୀତି ମାମଲା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ।

୧୧-ବୁମରାହଙ୍କ ଘାତକ ବୋଲିଂ, ଫେଲ୍ ମାରିଲେ ରାଜସ୍ଥାନ ବ୍ୟାଟସମ୍ୟାନ୍, ୫୭ ରନରେ ଜିତିଲା ମୁମ୍ବାଇ।

୧୨-ଉଡୁପି:୧୫ ଲକ୍ଷ ଟଙ୍କାର ଡ୍ରଗ୍ସ ସହ ଗିରଫ ହେଲେ ଏମଆଇଟି ଛାତ୍ର, ଅନ୍ୟ ପିଲାଙ୍କୁ ବିକ୍ରି କରୁଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here