ଖବର ସଂକ୍ଷେପ ରେ …ତାରିଖ ୦୬/୧୦/୨୦, ମଙ୍ଗଳବାର (NEWS IN BULLETS) : 7 AM

୧-ମେଡିସିନ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କୁ ନୋବେଲ ପୁରସ୍କାର ସମ୍ମାନ।ସେମାନେ ହେଲେ ହାର୍ଭେ ଜେ ଅଲଟର, ମାଇକେଲ ହଟନ ଓ ଚାର୍ଲସ ଏମ ରାଇସ।

୨-ଜେନେଭା:କରୋନା କବଜାରେ ଏବେ ବିଶ୍ୱର ୭୬କୋଟି ଲୋକ:WHO

୩-ଭୀଷଣ ରୁପ ନେଇପାରେ ଲଘୁଚାପ,,୧୧ରୁ ପ୍ରବଳ ବର୍ଷା ସମ୍ଭାବନା,ଏଇ ସମୟରେ ହିଁ ଆସିଥିଲା ଫାଇଲିନ୍ ଓ ହୁଡୁହୁଡୁ।

୪-ଅକ୍ଟୋବର ଶେଷ ବେଳକୁ ପିଆଜ ଦର ୮୦ ଟଙ୍କାରେ ପହଞ୍ଚିବା ଆଶଙ୍କା

୫-ଯୁକ୍ତ ଦୁଇ ଦ୍ବିତୀୟ ମେଧା ତାଲିକା:କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା ପ୍ରଥମ।

୬-ସ୍କୁଲ ଖୋଲିବା ନେଇ ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଜାରି। ଅକ୍ଟୋବର ୧୫ ପରେ ବିଦ୍ୟାଳୟ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବା ନିଷ୍ପତ୍ତି ନେଇପାରିବେ ରାଜ୍ୟ ସରକାର।

୭-ଘରେ ସଙ୍ଗରୋଧରେ ଥିବା କରୋନା ଆକ୍ରାନ୍ତଙ୍କୁ ଦିଆଯିବ ଫାଭିପିରାଭିର୍‌ ଥେରାପି:ମୁଖ୍ୟଶାସନ ସଚିବ

୮-ଉତ୍ତର ଭୁବନେଶ୍ୱର: ୠଣ ଶୁଝିବା ପାଇଁ ବ୍ୟାଙ୍କ ଲୁଟ୍, ୟୁଟ୍ୟୁବରୁ ଶିଖିଥିଲେ ଲୁଟ୍ କରିବାର କଳା, ପୋଲିସ ଜବତ୍ କଲା ବନ୍ଧୁକ, ଟଙ୍କା ଓ ଗାଡ଼ି।

୯-ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ, ମୋଟ ୪୩ ହଜାର ୨୦୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ।ଓଡ଼ିଶାରୁ ୭୩ ରାଙ୍କରେ ଶିବାଶିଷ ରାଉତ ଟପ୍ପର ହୋଇଛନ୍ତି ।

୧୦-ସେନା କର୍ମଚାରୀଙ୍କୁ ପେନସନ, ହଟିଲା ୭ ବର୍ଷ ସେବା ଆବଶ୍ୟକତା।

୧୧-ଆମେରିକା ନିକଟରେ ବିଶ୍ଵର ସବୁଠୁ ଅଧିକ ସୁନା: ଭାରତର ସ୍ଥାନ ବିଶ୍ଵରେ ୯ବମ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here