କଉଡୁକୋଲ ଛକ ନିକଟରେ ସଡକ ଦୁର୍ଘଟଣା, ୩ ବାଇକ ଆରୋହୀ ଯୁବକ ଗୁରୁତର

ମାହାଙ୍ଗା: ରବିବାର ସକାଳେ ମାହାଙ୍ଗା ଥାନା କଉଡୁକୋଲ ଗାଆଁ ନିକଟ ଯଜ୍ଞ ପଡିଆ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l  ପାରାଦ୍ୱୀପ -ଦୈତାରୀ  ୫ ନମ୍ବର (କ) ଜାତୀୟ ରାଜପଥ ଦେଇ ଦ୍ରୁତ ଗତିରେ ଆସୁଥିବା OD -04 -k-3646 ନମ୍ବର ବିଶିଷ୍ଟ ଏହି ଟ୍ରକଟି ଏକ ବାଇକକୁ ଚାପିଦେଇଥିଲା l

ବାଇକରେ ଆସୁଥିବା କଉଡୁକୋଲ ଗାଁର କାବୁଲା ମଳିକ -(26), କୁନ୍ଦଳ ଗାଁର ଶଙ୍କର ଯେନା (18)ଓ ସେହି ଗାଁର ପ୍ରେମାନନ୍ଦ ଯେନା (19) ଉପରେ ଟ୍ରକ ଚଢି ଯାଇଥିଲା l ସ୍ଥାନୀୟ ଲୋକେ ମୁର୍ମୁଷୁ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି l

ଖବରପାଇ ମାହାଙ୍ଗା ପୋଲିସ ଘଟଣା ସ୍ଥଳୀରେ ପହଂଚିଛି l

ଆହତ ଯୁବକ ମାନଂକ ଅବସ୍ଥା ସଙ୍କଟାପନ୍ନ ରହିବା ସୂଚନା ମିଳୁଛି l

ମାହାଙ୍ଗାରୁ ଭାଗବତ ମହାରଣାଙ୍କ ରିପୋର୍ଟ  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here