ଖବର ସଂକ୍ଷେପ ରେ …ତାରିଖ ୨୮/୦୯/୨୦, ସୋମବାର (NEWS IN BULLETS) : 7 AM

୧-ନୁଆ ଦିଲ୍ଲୀ:LAC ରେ ଟି -୯୦,ଟି-୭୨ ଟ୍ୟାଙ୍କ,ମୁତୟନ ହେଲେଣି ଲକ୍ଷେ ଯବାନ,ଜାଡରେ ଚୀନ ସହ ମୁକାବିଲା ପାଇଁ ପ୍ରସ୍ତୁତି।

୨-ଭୁବନେଶ୍ୱର:୪ହଜାର ତଳକୁ ଖସିଲା ସଂକ୍ରମଣ,ଆଉ ୧୪ ମୃତ,୩୩୭୮ସୁସ୍ଥ।

୩-ଭୁବନେଶ୍ୱର: ରାସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ମିଳିବ ‘ଶାନ୍ତି ସ୍ୱରୂପ ଭଟ୍ଟ ନାଗର ପୁରସ୍କାର’।

୪-ବିଶ୍ବପର୍ଯ୍ଯଟନ ଦିବସରେ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଗଡିଲା ମୋ ବସ୍।

୫-ପ୍ରେମିକା ସହ ମିଶି ପତ୍ନୀଙ୍କୁ ଆକ୍ରମଣ: ବୌଦ୍ଧ ଡେପୁଟି କଲେକ୍ଟର ବିରୋଧରେ ଅଭିଯୋଗ।

୬-କରୋନା କଟକଣା ସହ ଅକ୍ଟୋବର ମାସରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ।

୭-ଯୁବ-ଛାତ୍ର ବିଜେଡିରେ ନବ କଳେବର । ଦୁଇ ଯୁବ ବିଧାୟକଙ୍କୁ ବିଜେଡି ସୁପ୍ରିମୋ ଦେଲେ ବଡ଼ ଦାୟିତ୍ୱ । ବ୍ୟୋମକେଶ ହେଲେ ଯୁବ ସଭାପତି, ଦେବୀ ରଞ୍ଜନଙ୍କ କାନ୍ଧରେ ଛାତ୍ର ସଂଗଠନର ଭାର ।

୮-ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ : ୭୫୭ରୁ ୧୩୬ ପଜିଟିଭ୍‌।

୯-ମିଠା ଦୋକାନୀ ହୁସିଆର ! ଅକ୍ଟୋବର ପହିଲାରୁ ବାସି ଓ ଖରାପ ମିଠା ହୋଇପାରିବନି ବିକ୍ରି, ଦୋକାନରେ ଉତ୍ପାଦ ସହ ସୂଚନାର ତାଲିକା ଟାଙ୍ଗିବାକୁ ହେବ।

୧୦-ଫ୍ରାନ୍ସ ଭାରତକୁ ଦେଲା ଆଉ ୫ ରାଫେଲ ବିମାନ, ପୂର୍ବୋତ୍ତର ସୀମାରେ ଚୀନ ଉପରେ ରଖିବ ନଜର।

୧୧-କୃଷି ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ବିଲ । ପୂର୍ବରୁ ଏହି ବିଲ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here