୭୦ ବର୍ଷର ବୃର୍ଦ୍ଧା ଦୀର୍ଘ ୧୦ବର୍ଷ ହେବ ଦୌଡି ଦୌଡି ଏପର୍ଯ୍ୟନ୍ତ ମିଳୁନି ବାର୍ଦ୍ଧକ୍ୟ ଭତ୍ତା: କେନ୍ଦ୍ରାପଡା

କେନ୍ଦ୍ରାପଡା: ଏହେଉଛି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଳପଡା ଗ୍ରାମ ପଞ୍ଚାୟତର ଗୋଲଖନଗର ଗ୍ରାମର ଦୃଶ୍ୟ । ହଁ ଆଜ୍ଞା ଟିକେ ଆପଣମାନେ ଭଲଭାବରେ ନୀରିଖି ଦେଖିଲେ ଠିକ୍ ସେ ଜାଣିପାରିବେ ଯେ-ଆମେ କହୁଛୁ କେନ୍ଦ୍ରାପଡା ସହରଠୁ ମାତ୍ର ଦଶ କିଲୋମିଟର ଦୂରରେ ଅବସ୍ଥିତ ଏକ ଛୋଟ ଗାଁ ବା ସାହିଥିବା ଗୋଲଖନଗର ଗାଁ କଥା । ସେହି ଗୋଲଖନଗର ଗ୍ରାମରେ ବସବାସ କରନ୍ତି ପରିଣତଃ ବୟସରେ ପଦାର୍ପଣ କରିଥିବା ୭୦ ବର୍ଷିଆ ଭାଗବତ ମହାନ୍ତି ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ଭାରତୀ ମହାନ୍ତି (65) । ପରିବାର କହିଲେ ମାତ୍ର ୪ଜଣ ବ୍ୟକ୍ତି । ଗୋଟେ ଝିଅ ଆଉ ଗୋଟେ ପୁଅ । ଝିଅ ବାହାଘର ପରେ ପୁଅଟି ବିଏ ପାସ୍ କରି ଚାକିରୀ ନପାଇ ପୁରା ବେକାର ହୋଇ ଘରେ ବସିରହିଛି । ଘରବୋଲି କହିଲେ ଏକ ଝାଟିମାଟି ନଡା ଛପର ଘର । ଗୋଟେ ପଟେ ଗାହି ଗୁହାଳ ଏବଂ ଅନ୍ୟ ପଟେ ବୁଢାବୁଢି ଦୁଇଜଣ ବହୁ ଦୁଃଖ କଷ୍ଟରେ ଚଳି ଆସୁଛନ୍ତି । ଏପରିକି ପାଖରେ ପଇସା ନଥିବାରୁ ଏବର୍ଷ ମଧ୍ୟ ଘର ଛପର କରିପାରି ନାହାନ୍ତି । ଦେଖନ୍ତୁ ଛପର ନଡା ମଧ୍ୟ ଉଡି ଯାଇଛି । ଜରୀ ପାଲ ପକାଇ ଖରାବର୍ଷା ଆଉ ଶୀତ କାକର ଦାଉରୁ ନିଜକୁ ରକ୍ଷା କରନ୍ତି ସେମାନେ । ଏସବୁ କହିବାର କାରଣ କଣ ହୁଏତଃ ଆପଣମାନେ ବୁଝି ନିଶ୍ଚୟ ସାରିବେନି । ଏଭଳି ଦୟନୀୟ ଅବସ୍ଥାରେ ବୁଢା ବୁଢି ଦୁଇଜଣ ବଞ୍ଚିବାର ରାହା ଖୋଜି ଖୋଜି ଜୀବନ ଜୀବିକା ସହିତ ସଂଘର୍ସ କରୁଥିବା ଏହି ବୃଦ୍ଧା ଦ୍ୱୟ ସମ୍ପୂର୍ଣ୍ଣ ଭାବେ ସରକାରୀ ସାହାଯ୍ୟ,ସୁବିଧାରୁ ବଞ୍ଚିତ । ଏସିସି ରିପୋର୍ଟରେ ମଧ୍ୟ ନା ଥାଇ ସେମାନଙ୍କୁ ମିଳୁନି ଇନ୍ଦିରା ଆବାସ କି ବିଜୁ ପକାଘର । ନା ଏମାନଙ୍ ପାଖେ ଅଛି ଖାଇବା, ପିଇବା ଏବଂ ପିନ୍ଧିବା ପାଇଁ ସେମିତି କିଛି ଆର୍ଥିକ ସମ୍ଭଳ । ବଞ୍ଚିବାର ରାହା ଖୋଜି ଖୋଜି ସତେ ଯେମିତି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ସେମାନେ । ଗ୍ରାମର ୱାର୍ଡ଼ ମେମ୍ବର, ସରପଞ୍ଚ, ବିଡିଓ, ତହସିଲଦାର ଏପରିକି ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୀର୍ଘ ୧୦ ବର୍ଷ ହେବ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେବାପରେ ମଧ୍ୟ ଏପର୍ଯ୍ୟନ୍ତ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା କି ଇନ୍ଦିରା ଆବାସ କି ବିଜୁ ପକାଘର ଖଣ୍ଡେ । ଭୋଟ ସମୟରେ ବହୁ ନେତା ମନ୍ତ୍ରୀ ଭୋଟ ମାଗିବା ପାଇଁ ଆସନ୍ତି ଆଉ ଭୋଟ୍ ସରିଗଲା ପରେ କାଶିଆ କିଏ ନା କପିଳା କିଏ ଭଳି ଯେଝା ବାଟରେ ନିଜେ ନିଜେ କିଏ କୁଆଡେ ଚାଲିଯାନ୍ତି । ହେଲେ ସେମାନେ ସେମନ୍ତି ସେହି ଭଂଗା କୁଡିଆରେ କାଳାତିପାତ କରି ଆସୁଛନ୍ତି ଭାଗବତ ମହାନ୍ତି ଏବଂ ତାଙ୍କ ପତ୍ନୀ ଭାରତୀ ମହାନ୍ତି । ଏବିଷୟରେ ସରପଞ୍ଚଙ୍କୁ ଶହେରୁ ଅଧିକ ଥର ଜଣାଇଁବା ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ କାନ୍ଦି କାନ୍ଦି ଆମ କ୍ୟାମେରା ସମ୍ମୁଖରେ କୁହନ୍ତି ବୃର୍ଦ୍ଧା ଦୁଇଜଣ । ରାଜ୍ୟ ସରକାର ମିଥ୍ୟା ଡିଂଡିମ ପିଟୁଥିବା ଏବଂ 5T ଭଳି ସମସ୍ତ ଯୋଜନାର ମୂଲ୍ୟ ବା ମାନେ କିଛି ନାହିଁ ବୋଲି ଏଠି ଆପେ ଆପେ ଜଣାପଡି ଯାଏ । ସରପଞ୍ଚଙ୍କଠାରୁ ଆରମ୍ଭ କରି ଅରାଇ, ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତେ ଖାଲି କହୁଛନ୍ତି ସବୁ କରିଦେବି ଆଉ କରିଦେବୁ । ହେଲେ ଦୀର୍ଘ ଦଶବର୍ଷ ହେବ ଏହିଭଳି ବହୁ ପ୍ରତିଶୃର୍ତି ପରେ ପ୍ରତିଶୃର୍ତି ମିଳୁଛି । ହେଲେ ଯୋଜନା ପରେ ଯୋଜନା ସରକାରଙ୍କର ସବୁ ଯୋଜନା ଏଠି ଫେଲ୍ ମାରିଛି । କହିବ କାହାକୁ ନା ଶୁଣିବ କିଏ ? ଗୁହାରୀ କରିବ ଯାହାକୁ ଯଦି ସେମାନେ ବା ସରକାରୀ ବଡ ବଡ ବାବୁମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବେ । ତେବେ ଆଜ୍ଞା ଗରିବ, ଅସହାୟ ଏବଂ ଖଟିଖିଆ, ନିରାଶ୍ରୟି ମାନଙ୍କ ଦୁଃଖ, ଦୁର୍ଦ୍ଦଶା ବୁଝିବ କିଏ ? ତେଣୁ ଆମର ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ଜିଲ୍ଲାପାଳଙ୍କୁ ବିନମ୍ର ଅନୁରୋଧ ତୁରନ୍ତ ଭାଗବତଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସହିତ ମୋକୁଡିଆ ଆବାସ କିମ୍ବା ବିଜୁ ପକାଘର ଯୋଜନାରେ ଘରଖଣ୍ଡେ ତୁରନ୍ତ ଯୋଗାଇ ଦେବାପାଇଁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here