ଖବର ସଂକ୍ଷେପ ରେ … ତାରିଖ ୨୬/୦୯/୨୦, ଶନିବାର (NEWS IN BULLETS) : 7 AM

୧-ରାଜଧାନୀରେ ଅନ୍ ଲାଇନ୍ ରେ ବନ୍ଧୁକ କାରବାର, ମହିଳାଙ୍କ ସମେତ ୩ଜଣଙ୍କୁ ଠାବ କଲା STF, ସ୍କର୍ପିଓ, ବନ୍ଧୁକ ଓ ଗୁଳି ଜବତ।

୨-କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ, ଭୁବେନଶ୍ୱର ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ।

୩-ଶିକ୍ଷାନୁଷ୍ଠାନ ଉପରେ ନିଳଗିରି ବିଧାୟକଙ୍କ ଗୁରୁତ୍ୱ, ନିଜ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା କଲେ ଅନୁମୋଦନ।

୪-ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ୍ କୁ ଧକ୍କା ଦେଲା ଆମ୍ବୁଲାନ୍ସ,ଘଟଣା ସ୍ଥଳରେ ୩ ମୃତ।

୫-ଓଡ଼ିଶୀ ନୃତ୍ୟ ଓ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା: କେନ୍ଦ୍ରକୁ ଚିଠି ଲେଖିଲେ ନବୀନ।

୬-ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଐତିହାସିକ ସଂସ୍କାର, ଜାତୀୟ ମେଡିକାଲ କମିଶନ ଗଠିତ।

୭-ରାଜ୍ୟର ବିଦ୍ୟୁତ୍‍ ବିତରଣ କମ୍ପାନିକୁ କେନ୍ଦ୍ରର ୮୪ କୋଟି ରିହାତି।

୮-ପରଲୋକରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମ।

୯-ବାଜିଲା ବିହାର ନିର୍ବାଚନ ବିଗୁଲ, ତିନୋଟି ପର୍ଯ୍ୟାୟରେ ହେବ ମତଦାନ ନଭେମ୍ୱର 10 ରେ ଘୋଷଣା ହେବ ଫଳାଫଳ।

୧୦-IPL 2020: ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ମାତ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ, ହାସଲ କଲା କ୍ରମାଗତ ଦ୍ଵିତୀୟ ବିଜୟ।

୧୧-ଜାତିସଂଘ ମହାସଭାର ୭୫ତମ ଅଧିବେଶନକୁ ଆଜି ସମ୍ବୋଧିତ କରିବେ ମୋଦୀ, ଆତଙ୍କବାଦ ରହିବ ମୁଖ୍ୟ ପ୍ରସଙ୍ଗ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here