ଦଶମନ୍ତପୁର ମେଡିକାଲ ପକ୍ଷରୁ ଡାକ୍ତର ମାନସ ରଞ୍ଜନ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ।

ଦଶମନ୍ତପୁର : ୨୪/୯/୨୦ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକରେ ରହିଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ବିୟୋଗ ମାନସ ରଞ୍ଜନ ପଣ୍ଡାଙ୍କ ନିମନ୍ତେ ସ୍ଥାନୀୟ ଦଶମନ୍ତପୁର ମେଡିକାଲ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବାର ଦେଖିବାକୁ ମିଳିଛି। ଏହି ଅବସରରେ ସେ କିପ୍ରକାର ବ୍ୟକ୍ତି ଥିଲେ ସେ ନେଇ ଅନେକେ ତାଙ୍କ କାର୍ୟ୍ଯା କଳାପ ଏବଂ ତାଙ୍କ ଉତ୍ତମ ଚରିତ୍ର ବିଷୟରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମ ଡାକ୍ତର ଅବିନାଶ ବାରିକ ଙ୍କ ସଭାପତିତ୍ବ ଆରମ୍ଭ କରି ଏହାକୁ ଆୟୋଜନ କରିଥିଲେ ଡାକ୍ତର ଶ୍ରୀରାମ ପରିଡା। ପରବର୍ତ୍ତୀ ସମୟରେ ବିୟୋଗ ଡାକ୍ତର ମାନସରଞନ ପଣ୍ଡାଙ୍କ ନିମନ୍ତେ ତାଙ୍କର ଅମର ଆତ୍ମାର ଶାନ୍ତି ଓ ସତ୍ କାମନା କରିବା ନିମନ୍ତେ ଆର୍ ବି ଏସ୍ କେ ଡାକ୍ତରୀ ଦିବ୍ୟାନୁ ମେହେର, ପାର୍ମାସି ପ୍ରମିଳା ପାଣିଗ୍ରାହୀ,ଅନେକ ଗ୍ରାମର ଆଶା, ସମସ୍ତ ଏ ଏନ୍ ଏମ୍, ସାମ୍ବାଦିକ ବୃନ୍ଦ ଏବଂ ମେଡିକାଲର ଅନ୍ୟାନ୍ୟ କର୍ମକର୍ତ୍ତା ଗଣ ଙ୍କ ଉପସ୍ଥିତିରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଆଶି ଥିବା ବ୍ୟକ୍ତି ବିଶେଷ ଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଡାକ୍ତର ଅବିନାଶ ବାରିକ ଦ୍ଵାରା ପରିସମାପ୍ତି କରାଯାଇଥିଲା।

କୋରାପୁଟ ଜିଲ୍ଲା ତପନ ହିଆଲଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here