ଆଦିବାସୀ ଅଞ୍ଚଳରେ ମନମାନି । ପୋଲ କାମ ବିଳମ୍ବ ଯୋଗୁଁ ପ୍ରତିବର୍ଷ ଲୋକଙ୍କ ଯାଉଛି ଜୀବନ

ଆଦିବାସୀ ଅପହଞ୍ଚ ଇଲାକାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି ହେଲେ ବାସ୍ତବରେ ଯୋଜନା ସବୁ କେତେ ସଫଳ ହେଉଛି ଆସନ୍ତୁ ଦେଖିବା କୋରାପୁଟ ଜିଲା ବୋରିଗୁମାବ୍ଲକରୁ ଏହି ରିପୋର୍ଟରେ ।

20/06/2020 ମସିହା ରୁ ସାରିଲାଣି ବ୍ରିଜ ନିର୍ମାଣର ଅବଧି ହେଲେ କାମ 50 ପ୍ରତିଶତ ବି ଆଗେଇ ପାରିନାହିଁ

 ଠିକା କମ୍ପାନୀର ଅବହେଳା ଯୋଗୁଁ ସରୁନି ପୋଲ କାମ ।ବିହାରୀ କମ୍ଫାନି NBCC କୋରାପୁଟ ଜିଲ୍ଲାରେ ଚଳେଇଛି ମନମାନି । କାହିଁକି ଚୁପ ବସିଛି ପ୍ରଶାସନ ।

*50ପ୍ରତିଶତ ବି କାମ ସାରିନଥିବା ବେଳେ କାମ ସରିବା ନେଇ ଲାଗିଛି ଫଳକ

*କୋରାପୁଟ ଗ୍ରାମ୍ୟ ଉନ୍ନୟନ ବିଭାଗ କାହିଁକି ଆଖିରେ କଳା ପଟି ବାନ୍ଧି ଦେଇଛି ଏହି NBCC ବିହାରୀ କମ୍ପାନୀ ପାଇଁ

*କୋରାପୁଟିଆ ସରଳ ଆଦିବାସୀ ଲୋକଙ୍କୁ ଧୋକା ଦେଉନାହିଁ ତୋ ଏହି NBCC କମ୍ପାନୀ ର ଓଭହେଲା ଜଗୁ ଆଦିବାସି ନିରିହଙ୍କ ଜୀବନ ଯାଉଛି।

ଦେଖନ୍ତୁ ଏହି ଫଳକ କୁ 23.06.2018 ମସିହା ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ହରଡ଼ାଗୁଡା ପଞ୍ଚାୟତର ଚାବିରି ନଦୀ ନାଳ ଉପରେ ହାଇଲେବେଲ ବ୍ରିଜ଼ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବିହାରୀ ଠିକା କମ୍ପାନୀ NBCC 20/06/2020 ମସିହାରେ ପୋଲ ନିର୍ମାଣ ଶେଷ କରିଥିବା ବୋର୍ଡ଼ ମାରିଛି  ହେଲେ ବାସ୍ତବରେ କେତେ ଦୂର କାମ କରିଛି ଦେଖନ୍ତୁ

ଇଏ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ର ଉପାନ୍ତ ପାହାଡିଆ ଆଦିବାସୀ ଅଧ୍ୟୁଷିତ ହରଡାଗୁଡା ପଞ୍ଚୟତ ଚାନ୍ଦବେଢ଼ା -ପଟାରଂଗଣି ମଝିରେ ପଡୁଥିବା ଚାବେରୀ ନଦୀ । ଅପହଞ୍ଚ ପାହାଡିଆ ଇଲାକା ହେଇଥିବାରୁ ଲୋକଙ୍କ ଗମନାଗମନର ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ନଦୀ ଉପରେ ଗୋଟିଏ ହାଇଲେବେଲ ବ୍ରିଜ଼ ନିର୍ମାଣ କରୁଛି। ଠିକା ନେଇଛି ବିହାରୀ ଠିକା କମ୍ପାନୀ NBCC ପୋଲ ନିର୍ମାଣର ଅବଧି ସାରିଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟ 50 ପ୍ରତିଶତ ବି ଆଗେଇ ପାରି ନାହିଁ ଯାହା ଫଳରେ ନଦୀ ସେପଟେ ଥିବା ହରଡାଗୁଡା ପଞ୍ଚୟତର ପଟାରଂଗଣି ,ଡ଼ମ୍ବତୁରୁଞ୍ଜି,ଖରାଗୁଡା,ପାଟିଆସିଲ ଭଳି କେତେକ ଆଦିବାସୀ ଗାଁ ଲୋକେ ନଦୀ ପାର ହୋଇପାରୁ ନାହାନ୍ତି । ନଦୀ ପାର ବେଳେ ଲୋକଙ୍କ ଜୀବନ ଯାଉଥିବା ବେଳେ ପଞ୍ଚାୟତକୁ ପେନସେନ,PDS ଚାଉଳ କିମ୍ବା କିଛି ଜରୁରୀ କାମ ରେ ଆସିଲା ବେଳକୁ ବାଧା ସୃଷ୍ଟି କରୁଛି ଏହି ନଦୀ। ନଦୀ ପାଣି କ୍ଷିପ୍ର ଥିବା ରୁ ଭୟଭୀତ ହୋଇ ନଦୀ ପାର ହେଉଛନ୍ତି ସାଧାରଣ ଆଦିବାସୀ । ଗତ ଜାନୁଆରୀ ମାସରେ ପଟାରଂଗଣି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଗାଁ ଲୋକଙ୍କ ସହଯୋଗ ରେ ପରିବାର ଲୋକ ଏବଂ ଆଶାକର୍ମୀ ଏକ  ଷ୍ଟେଚର ଦ୍ୱାରା ତିନି କିଲୋମିଟର କାନ୍ଧ ରେ ବୋହି ଆଣି ଏହି ନଦୀ ପାର କରୁଥିବା ଘଟଣା ଦେଖିବାକୁ ମିଳିଥିଲା ଏବେ ଗତ 08 ତାରିଖରେ ସେହି ଗାଁର ଜଣେ 50 ବର୍ଷୀୟ ବ୍ୟକ୍ତିଙ୍କର ନଦୀ ପାର ହୋଉଥିବା ବେଳେ ମୃତ୍ୟୁ ହୋଇଥିଲା ।

ତେବେ ବିହାରୀ ଠିକା କମ୍ଫାନି NBCC ପ୍ରୋଜେକ୍ଟ ମେନେଜରଙ୍କୁ ଏସମ୍ପର୍କରେ ପଚାରିବାରୁ କିଛି କହିପାରିବେ ନାହିଁ ବୋଲି କହିଛନ୍ତି । ପୋଲ କାମର ଅହେତୁକ ବିଳମ୍ବ ଏବଂ ବିହାରୀ କମ୍ଫାନି NBCCର ମାନମାନିକୁ ବିରୋଧ କରିବା ସହ ତୁରନ୍ତ ପୋଲ କାମ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

କୋରାପୁଟ ବରିଗୁମ୍ମା ରୁ ଗୋପାଳ ଡଙ୍ଗରି ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here